ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଟଙ୍କା ଫେରାଇବାକୁ ଆମେରିକାରୁ ଭାରତ…

0

୨୮ ଟଙ୍କାର ଉଧାର ଫେରାଇବାକୁ ଆମେରିକାରୁ ଭାରତ ଆସିଲେ ୮୫ ବର୍ଷର ବୃଦ୍ଧ । ନିଜ ପୁଅ ପାଖରେ ଆମେରିକାରେ ଯାଇ ରହୁଥିବା ବୃଦ୍ଧ ଜଣକ ଭାରତରେ ଏକ ମିଠା ଦୋକାନରେ ବାକି ଥିବା ୨୮ ଟଙ୍କା ଦେବାକୁ ଭୁଲିନାହାନ୍ତି । ୬୮ ବର୍ଷ ପରେ ଆମେରିକାରୁ ହରିଆଣା ଆସି ୨୮ ଟଙ୍କା ବଦଳରେ ଉଧାର ଦେଇଥିବା ଲୋକଙ୍କୁ ୧୦ ହଜାର ଟଙ୍କା ଫେରସ୍ତ କରିଛନ୍ତି ୮୫ ବର୍ଷର ବିଏସ ଓପ୍ପଲ ।

ହରିୟାଣାର ପ୍ରଥମ ନୌସେନା ବାହାଦୁରୀ ପୁରସ୍କାରରେ ସମ୍ମାନିତ ହୋଇଥିବା ନୌସେନା କମାଣ୍ଡର ବିଏସ ଓପ୍ପଲ ଚାକିରିରୁ ଅବସର ନେବା ପରେ ନିଜ ପୁଅ ପାଖକୁ ଆମେରିକା ପଳାଇଥିଲେ । ହେଲେ ଏବେ ହରିୟାଣାର ହିସାର ଜିଲ୍ଲାର ମୋତି ବଜାର ସ୍ଥିତ ମିଠା ଦୋକାନରେ ହଠାତ ଦିନେ ଆସି ପହଞ୍ଚିଲେ। ଆଉ ଦୋକାନୀକୁ କହିଥିଲେ, ତୁମ ଜେଜେ ଶମ୍ଭୁ ଦୟାଲ ବଂସଲଙ୍କୁ ୧୯୫୪ ମସିହାରେ ମୋତେ ୨୮ ଟଙ୍କା ଦେବାର ଥିଲା । କିନ୍ତୁ ମୋତେ ନୌସେନାରେ ହଠାତ ଯୋଗ ଦେବାକୁ ପଡିଥିଲା । ଏଥିପାଇଁ ତୁମ ଜେଜେ ବାପାଙ୍କ ଟଙ୍କା ଫେରାଇ ପାରିନଥିଲି ।

ହେଲେ ଆମେରିକା ଯିବା ପରେ ଦୁଇଟି କଥା ଲାଗି ଭାରତ ଆସିବା ପାଇଁ ତାଙ୍କର ବହୁତ ଇଛ୍ଛା ଥିଲା । ଗୋଟେ ହେଲା ମିଠା ଦୋକାନୀରେ ୨୮ ଟଙ୍କା ଫେରାଇବାର ଥିଲା,ଅନ୍ୟଟି ସେ ପଢୁଥିବାର ସ୍କୁଲକୁ ଦେଖିବାକୁ ଚାହୁଁଥିଲେ । ଏହା ପରେ ବିଏସ ଓପ୍ପଲ ମିଠା ଦୋକାନୀ ବିନୟ ବଂସଲଙ୍କ ହାତରେ ତାଙ୍କ ଜେଜେଙ୍କ ପାଖେ ଉଧାର ଥିବା ୨୮ ଟଙ୍କା ବଦଳରେ ୧୦ ହଜାର ଟଙ୍କା ଦେଇଥିଲେ । ହେଲେ ବିନୟ ବଂସଲ ଏହାକୁ ନେବାକୁ ମନା କରିଥିଲେ । କିନ୍ତୁ ଓପ୍ପଲ ବାଧ୍ୟ କରିବା ପରେ ସେ ଏହି ଟଙ୍କା ରଖିଥିଲେ । ୨୮ ଟଙ୍କାର ବାକି ଦେବାକୁ ଜଣେ ସୁଦୂର ଆମେରିକାରୁ ଭାରତ ଆସିବା ସମସ୍ତଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି,ଅନ୍ୟମାନଙ୍କ ପାଇଁ ଉଦାହରଣ ବି ପାଲଟିଛି ।

Leave A Reply

Your email address will not be published.