ପ୍ରମୁଖ ଖବର

ଶ୍ରୀମନ୍ଦିରରେ ଆସୁଛି ଇ-ହୁଣ୍ଡି ବ୍ୟବସ୍ଥା; ବିଶ୍ୱର ଯେକୌଣସି ସ୍ଥାନରୁ କରିହେବ ଦାନ
ଦିଲ୍ଲୀ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୨୧ ମୃତ, ୪୦ରୁ ଅଧିକ ଉଦ୍ଧାର
ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା
୩୯,୨୯୦ କୋଟିର ମେଗା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
କର୍ଣ୍ଣାଟକର ୩୪ତମ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ,ବିବାହ ପରେ ବି ପିତାମାତାଙ୍କ ପରିବାରର ସଦସ୍ୟ ଝିଅ

ଚନ୍ଦ୍ରକୁ ଯିବେ ପ୍ରଥମ ଭାରତୀୟ!

0

ନୂଆଦିଲ୍ଲୀ: ଆମେରିକାରର ଅନ୍ତରୀକ୍ଷ ଏଜେନ୍ସି (ନାସା) ଏହାର ଚନ୍ଦ୍ର ମିସନ ପାଇଁ ୧୦ ଜଣ ମହାକାଶଚାରୀଙ୍କୁ ଚୟନ କରିଛି। ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ବଂଶୋଭାବ ଡାକ୍ତର ଅନୀଲ ମେନନ ଅଛନ୍ତି। ଅନୀଲ ଜଣେ ଡାକ୍ତର, ଇଂଜିନିୟର,ବୈଜ୍ଞାନିକ,ଯୁଦ୍ଧ ବିମାନ ପାଇଲଟ ଏବଂ ଉଦ୍ଧାର କାର୍ଯ୍ୟରେ
ଅପରେଟର ଭାବେ କାମ କରିଛନ୍ତି। ଏପର୍ଯ୍ୟନ୍ତ କୌଣସି ଭାରତୀୟ ଚନ୍ଦ୍ରକୁ ଯାଇନାହାନ୍ତି।ଯଦି ସବୁ କିଛି ଠିକ ରହିଲା, ଡାକ୍ତର ଅନୀଲ ମେନନ ନାସାର ଆର୍ଟେମିସ୍ ମିସନ ଅଧିନରେ ଚନ୍ଦ୍ରକୁ ଯିବାରେ ପ୍ରଥମ ଭାରତୀୟ ହେବେ।

ମହାକାଶଚାରୀ ପ୍ରଶିକ୍ଷଶ ପାଇଁ ନାସା ଯେଉଁ ୧୦ ଲୋକଙ୍କୁ ଚୟନ କରିଛି ସେମାନଙ୍କ ମଧ୍ୟରେ ୬ ଜଣ ମହିଳା, ୪ ଜଣ ପୁରୁଷ ଅଟନ୍ତି। ମହାକାଶକୁ ତିନି
ଜଣ ଭାରତୀୟ କଳ୍ପନା ଚାୱଲା, ସୁନୀତା ୱିଲିୟମସ ଓ ରାଜା ଚାରି ଯାଇସାରିଛନ୍ତି। ମହାକାଶଚାରୀ ତାଲିମ ପାଇଁ ନାସା ପାଖକୁ ୧୨ ହଜାର ଆବେଦନ ଆସିଥିଲା। ଏମାନଙ୍କ ମଧ୍ୟରୁ କେବଳ ୧୦ ଜଣଙ୍କୁ ଚୟନ କରାଯାଇଛି। ଏହି ସମସ୍ତ ୧୦ ମହାକାଶଚାରୀ ଆସନ୍ତା ଜାନୁଆରୀରେ ଟେକ୍ସାସର ଜନସନ ସ୍ପେସଏକ୍ସରେ ତାଲିମ ଆରମ୍ଭ କରିବେ। ଏହି ତାଲିମ ୨ ବର୍ଷ ପର୍ଯ୍ୟନ୍ତ ଚାଲିବ। ଏହା ପରେ ସେମାନଙ୍କୁ ଆର୍ଟେମିସ ଜେନେରସନ ପ୍ରୋଗ୍ରାମରେ ଅନ୍ତର୍ଭୁକ୍ତ କରାଯିବ। ନାସାର ମିସନ ଅଛି ଯେ, ସେ ସ୍ପେସଏକ୍ସ ସହ ମିଶି ୨୦୨୪ କିମ୍ବା ୨୦୨୫ ସୁଦ୍ଧା ଜଣେ ମହିଳା ଓ ଜଣେ ପୁରୁଷକୁ ଚନ୍ଦ୍ରକୁ ପଠାଇବ।

ଅନୀଲଙ୍କ ବାପା,ମାଆ ଭାରତୀୟ ଓ ୟୁକ୍ରେନର ଥିଲେ। ଅନୀଲ ମିନୋସୋଟାରେ ବଡ଼ ହୋଇଥିଲେ।। ୧୯୯୯ରେ ହାୱାର୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାୟୁ ବିଜ୍ଞାନରେ
ସ୍ନାତକ ହାସଲ କରିଥିଲେ। ଏହା ପରେ ହଚିଂସନ ରୋଗ ବିଷୟରେ ଅଧ୍ୟୟନ କରିଥିଲେ । ପରେ ୨୦୦୪ରେ ସେ ଷ୍ଟେନଫୋର୍ଡ ମେଡିକାଲ ସ୍କୁଲରୁ ମେଡିସିନ ଅଧ୍ୟୟନ କରିଥିଲେ। ପୁଣି ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଞ୍ଜନିୟରିଂ କରିଥିଲେ। ଅନୀଲ ନାସାର ଅନେକ ମିସନରେ ଫ୍ଲାଇଟ ସର୍ଜନ ଭାବେ କାମ ବି କରିଛନ୍ତି। ସେ ଏହି କାମ ୨୦୧୪ରେ ଆରମ୍ଭ କରିଥିଲେ।

Leave A Reply

Your email address will not be published.