ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ଚନ୍ଦ୍ରକୁ ଯିବେ ପ୍ରଥମ ଭାରତୀୟ!

0

ନୂଆଦିଲ୍ଲୀ: ଆମେରିକାରର ଅନ୍ତରୀକ୍ଷ ଏଜେନ୍ସି (ନାସା) ଏହାର ଚନ୍ଦ୍ର ମିସନ ପାଇଁ ୧୦ ଜଣ ମହାକାଶଚାରୀଙ୍କୁ ଚୟନ କରିଛି। ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ବଂଶୋଭାବ ଡାକ୍ତର ଅନୀଲ ମେନନ ଅଛନ୍ତି। ଅନୀଲ ଜଣେ ଡାକ୍ତର, ଇଂଜିନିୟର,ବୈଜ୍ଞାନିକ,ଯୁଦ୍ଧ ବିମାନ ପାଇଲଟ ଏବଂ ଉଦ୍ଧାର କାର୍ଯ୍ୟରେ
ଅପରେଟର ଭାବେ କାମ କରିଛନ୍ତି। ଏପର୍ଯ୍ୟନ୍ତ କୌଣସି ଭାରତୀୟ ଚନ୍ଦ୍ରକୁ ଯାଇନାହାନ୍ତି।ଯଦି ସବୁ କିଛି ଠିକ ରହିଲା, ଡାକ୍ତର ଅନୀଲ ମେନନ ନାସାର ଆର୍ଟେମିସ୍ ମିସନ ଅଧିନରେ ଚନ୍ଦ୍ରକୁ ଯିବାରେ ପ୍ରଥମ ଭାରତୀୟ ହେବେ।

ମହାକାଶଚାରୀ ପ୍ରଶିକ୍ଷଶ ପାଇଁ ନାସା ଯେଉଁ ୧୦ ଲୋକଙ୍କୁ ଚୟନ କରିଛି ସେମାନଙ୍କ ମଧ୍ୟରେ ୬ ଜଣ ମହିଳା, ୪ ଜଣ ପୁରୁଷ ଅଟନ୍ତି। ମହାକାଶକୁ ତିନି
ଜଣ ଭାରତୀୟ କଳ୍ପନା ଚାୱଲା, ସୁନୀତା ୱିଲିୟମସ ଓ ରାଜା ଚାରି ଯାଇସାରିଛନ୍ତି। ମହାକାଶଚାରୀ ତାଲିମ ପାଇଁ ନାସା ପାଖକୁ ୧୨ ହଜାର ଆବେଦନ ଆସିଥିଲା। ଏମାନଙ୍କ ମଧ୍ୟରୁ କେବଳ ୧୦ ଜଣଙ୍କୁ ଚୟନ କରାଯାଇଛି। ଏହି ସମସ୍ତ ୧୦ ମହାକାଶଚାରୀ ଆସନ୍ତା ଜାନୁଆରୀରେ ଟେକ୍ସାସର ଜନସନ ସ୍ପେସଏକ୍ସରେ ତାଲିମ ଆରମ୍ଭ କରିବେ। ଏହି ତାଲିମ ୨ ବର୍ଷ ପର୍ଯ୍ୟନ୍ତ ଚାଲିବ। ଏହା ପରେ ସେମାନଙ୍କୁ ଆର୍ଟେମିସ ଜେନେରସନ ପ୍ରୋଗ୍ରାମରେ ଅନ୍ତର୍ଭୁକ୍ତ କରାଯିବ। ନାସାର ମିସନ ଅଛି ଯେ, ସେ ସ୍ପେସଏକ୍ସ ସହ ମିଶି ୨୦୨୪ କିମ୍ବା ୨୦୨୫ ସୁଦ୍ଧା ଜଣେ ମହିଳା ଓ ଜଣେ ପୁରୁଷକୁ ଚନ୍ଦ୍ରକୁ ପଠାଇବ।

ଅନୀଲଙ୍କ ବାପା,ମାଆ ଭାରତୀୟ ଓ ୟୁକ୍ରେନର ଥିଲେ। ଅନୀଲ ମିନୋସୋଟାରେ ବଡ଼ ହୋଇଥିଲେ।। ୧୯୯୯ରେ ହାୱାର୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାୟୁ ବିଜ୍ଞାନରେ
ସ୍ନାତକ ହାସଲ କରିଥିଲେ। ଏହା ପରେ ହଚିଂସନ ରୋଗ ବିଷୟରେ ଅଧ୍ୟୟନ କରିଥିଲେ । ପରେ ୨୦୦୪ରେ ସେ ଷ୍ଟେନଫୋର୍ଡ ମେଡିକାଲ ସ୍କୁଲରୁ ମେଡିସିନ ଅଧ୍ୟୟନ କରିଥିଲେ। ପୁଣି ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଞ୍ଜନିୟରିଂ କରିଥିଲେ। ଅନୀଲ ନାସାର ଅନେକ ମିସନରେ ଫ୍ଲାଇଟ ସର୍ଜନ ଭାବେ କାମ ବି କରିଛନ୍ତି। ସେ ଏହି କାମ ୨୦୧୪ରେ ଆରମ୍ଭ କରିଥିଲେ।

Leave A Reply

Your email address will not be published.