ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

କ୍ୟାଟ୍ରିନାଙ୍କ ହାତରେ ଭିକ୍କିଙ୍କ ମେହେନ୍ଦୀ

0

ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଷ୍ଟାର ଯୋଡି କ୍ୟାଟ୍ରିନା କୈଫ ଓ ଭିକି କୌଶଲ । ଏଥିପାଇଁ ରାଜସ୍ଥାନର ସୱାଇ ମାଧୋପୁରର ସିକ୍ସ ସେନ୍ସେସ ଫୋର୍ଟ ବୱାର୍ଡାରେ ଭବ୍ୟ ଆୟୋଜନ କରାଯାଇଛି । ଗତକାଲି ସଙ୍ଗୀତ ଥିବା ବେଳେ ଆଜି ହେଉଛି ମେହେନ୍ଦୀ । ଏଥିରେ ବଡ଼ ବଡ଼ ସେଲିବ୍ରେଟି ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ହ୍ରିତିକ ରୋସନ,ଆଲିଆ ଭଟ୍ଟ, କବୀର ଖାନ୍‌,ଅନୁଷ୍କା ଶର୍ମା, ନେହା ଧୂପିଆ ଉତ୍ସବରେ ସାମିଲ ହେବା ପାଇଁ ପହଞ୍ଚିସାରିଲେଣି । ଗତକାଲି ସଙ୍ଗୀତ ଉତ୍ସବରେ କାଲା ଚଷମାଠୁ ଆରମ୍ଭ କରି ତେରି ଓର ଯାଏଁ ଗୀତରେ ଝୁମିଥିଲେ ସମସ୍ତେ ।

ଆସନ୍ତାକାଲି ବାହାଘରେ ସାମିଲ ହେବା ପାଇଁ ଅତିଥିଙ୍କ ଭିଡ ଜମିଲାଣି । ପରିବାର, ବନ୍ଧୁବାନ୍ଧବ, ପ୍ରିୟଜନଙ୍କୁ ମିଶାଇ ୧୨୦ ଅତିଥି ଏହି ରୟାଲ ୱେଡିଂରେ ଯୋଗଦେବେ ବୋଲି ଶୁଣିବାକୁ ମିଳିଛି । ଆଲୋକମାଳାରେ ଝଲସୁଛି ସୱାଇ ମାଧୋପୁର ସ୍ଥିତ ବରୱାରା ଦୁର୍ଗ । ଏଥିପାଇଁ ପ୍ୟାଲେସକୁ ସ୍ୱତନ୍ତ୍ର ଭାବେ ସାଜସଜ୍ୱା କରାଯାଇଛି । କ୍ୟାଟ୍ରିନାଙ୍କ ବାହାଘରରେ ସଲମାନ ଖାନ୍ ଆସନପାରନ୍ତି କିନ୍ତୁ ତାଙ୍କ ପରିବାର ଲୋକ ଆସିପାରନ୍ତି ବୋଲି କୁହାଯାଉଛି । ବିବାହ ସ୍ଥାନର ସୁରକ୍ଷା ସଲମାନଙ୍କ ବଡିଗାର୍ଡ ଶେରାଙ୍କୁ ଦିଆଯାଇଛି । କ୍ୟାଟ୍ରିନାଙ୍କ ଭେନ୍ୟୁ ସିକ୍ସ ସେନ୍ସ ଦୁର୍ଗ ଓ ଭିକିଙ୍କ ବିବାହର ସମ୍ପୂର୍ଣ୍ଣ ଏବେ ଶେରାଙ୍କ ସୁରକ୍ଷା କମ୍ପାନୀ ହାତରେ ରହିଛି ।

ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତଙ୍କ ଚାଲିବ କ୍ୟାଟ୍ରିନା ଓ ଭିକ୍କିଙ୍କ ବିବାହ ଉତ୍ସବ । ଗତକାଲି ସଙ୍ଗୀତ ଥିବା ବେଳେ ଆଜି ହେଉଛି ମେହେନ୍ଦୀ ସେରିମନି । ଏବଂ ଆସନ୍ତାକାଲି ବାହାଘର । ତେବେ ବିବାହ ଉତ୍ସବରେ ମୋବାଇଲ ଫୋନ ବ୍ୟବହାର ଉପରେ ବାରଣ କରାଯାଇଛି । ଏବଂ ଫଟୋ ସୋସିଆଲ ମିଡିଆରେ ନଛାଡିବାକୁ ଅତିଥିଙ୍କୁ ଅନୁରୋଧ କରାଯାଇଛି ଗତକାଲିଠୁ ଆସନ୍ତାକାଲି ଯାଏ ପୁରା ଭେନ୍ୟୁ ବୁକ ହୋଇ ସାରିଛି ।

Leave A Reply

Your email address will not be published.