ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ବିଧାନସଭା ଇତିହାସରେ ଯୋଡ଼ିହେଲା ନୂଆ ଉଦାହରଣ

0

ଅନିର୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

କୌଣସି ଗୋଟିଏ ଦିନ ଚାଲିପାରିଲା ନାହିଁ ଶୀତ ଅଧିବେଶନ

୧୭ଟି କାର୍ଯ୍ୟଦିବସ ଥାଇ ଅଧିବେଶନକୁ ବନ୍ଦ କରିଦିଆଗଲା

ହଟ୍ଟଗୋଳ, ଘଣ୍ଟମାଡ଼, ଗଙ୍ଗାଜଳ ସିଞ୍ଚନ ଭଳି ସବୁ କଥା ଘଟିଗଲା

ଭୁବନେଶ୍ବର: ଯେମିତି ଆଶଙ୍କା କରାଯାଉଥିଲା, ଠିକ୍ ସେମିତି ହିଁ ଘଟିଲା। ୧୭ଟି କାର୍ଯ୍ୟଦିବସ ବାକି ଥାଇ ବିଧାନସଭାର ଶୀତ ଅଧିବେଶନକୁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅନିର୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। କୌଣସି ଗୋଟିଏ ପ୍ରସଙ୍ଗରେ ଆଲୋଚନା ହୋଇପାରିଲାନାହିଁ କିମ୍ବା ନିରବର୍ଚ୍ଛିନ୍ନ ଭାବେ ଘଣ୍ଟାଏ ବି ଚାଲିପାରିଲା ନାହିଁ ଗୃହ। ବିଧାନସଭା ଇତିହାସରେ ଗୋଟିଏ ନୂଆ ରେକର୍ଡ ହେଲା। ବହୁ ଚର୍ଚ୍ଚିତ ମମତା ମେହେର ହତ୍ୟା ମାମଲାରେ ବିଧାନସଭାର ଶୀତ ଅଧିବେଶନ ଧୋଇ ହୋଇଗଲା।

ରା ୯ଦିନ ଅଧିବେଶନ କେବଳ ହୋ ହାଲ୍ଲା, ନାରାବାଜି, ହଟ୍ଟଗୋଳ, ଘଣ୍ଟନାଦ, ଗାନ୍ଧିମୂର୍ତ୍ତି ତଳେ ଧାରଣ, ଗଙ୍ଗାଜଳ ସିଞ୍ଚନ ମଧ୍ୟରେ ସରିଗଲା। ଯେଉଁ ପବିତ୍ର ଗୃହ ନିୟମ ପ୍ରସ୍ତୁତ କରିବା ଲାଗି ରହିଛି, ସେଠାରେ ଖୋଲାଖୋଲି ସବୁ ନୀତି ନିୟମକୁ ଦଳିଚକଟି ଦିଆଗଲା। ଖୋଦ ବାଚସ୍ପତି ଅସହାୟ ହୋଇପଡ଼ିଲେ ଓ ଏକଥା ସମସ୍ତଙ୍କ ସାମ୍ନାରେ ବି ଗଣମାଧ୍ୟମକୁ କହିଲେ। ନିକଟ ଅତୀତରେ ଏଭଳି କେବେ ବି ଘଟିନାହିଁ। ବିଧାନସଭ ଇତିହାସରେ ଏହି ଅଧିବେଶନଟି ଗୋଟିଏ କଳଙ୍କିତ ଉଦାହରଣ ହୋଇ ରହିବ।

ତେବେ ଏସବୁ ମଧ୍ୟରେ ଓ ହଟ୍ଟଗୋଳରେ ହିଁ ଆଜି ୨୦୨୧-୨୨ ଲାଗି ୧୯ ହଜାର ୮୩୩ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍ ବିଧାନସଭାରେ ପାରିତ ହୋଇଛି। ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ସଂପର୍କିତ ଗୋଟିଏ ସଂକଳ୍ପ କେବଳ ପାରିତ ହୋଇଛି, ତା ପୁଣି ଅତ୍ୟନ୍ତ ଅସ୍ବାଭାବିକ ପରିସ୍ଥିତିରେ।

ଆଜି ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବା ପରେ ସରକାରୀ ଦଳ ମୁଖ୍ୟ ସଚେତକ ଗୋଟିଏ ପ୍ରସ୍ତାବ ଗୃହ ସାମ୍ନାରେ ରଖିଥିଲେ। କହିଥିଲେ, ଗୃହ ସାମ୍ନାରେ ଆଉ କୌଣସି ସରକାରୀ କାର୍ଯ୍ୟ ବାକି ନାହିଁ। କୋଭିଡ୍ ସଂକ୍ରମଣ ବି ବଢ଼ିଲାଣି। ଏଣୁ ଗୃହକୁ ବାଚସ୍ପତି ଅନିର୍ଦିଷ୍ଟ କାଳ ପାଇଁ ମୁଲତବୀ କରିଦିଅନ୍ତୁ। ବିଜେପି ଓ କଂଗ୍ରେସ କକ୍ଷତ୍ୟାଗ କରିବା ସମୟରେ ହିଁ ଏଭଳି ଘଟିଥିଲା। ଆଉ ଏହାକୁ ପାରିତ କରାଯାଇଥିଲା।

ଡିସେମ୍ବର ପହିଲାରେ ହିଁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଥିଲା। ଏହିଦିନ ଅତିରିକ୍ତ ବଜେଟ୍ ଆଗତ କରିଥିଲେ ଅର୍ଥମନ୍ତ୍ରୀ। ହଟ୍ଟଗୋଳରୁ ଆରମ୍ଭ ହୋଇଥିଲା ସେଦିନ ଅଧିବେଶନ, ଯାହା ଶେଷ ଯାଏ ବଳବତ୍ତର ରହିଲା। ଏହି ସମୟରେ ଗୋଟିଏ ସଂକଳ୍ପ ପାରିତ ହୋଇଛି ଓ ୩ଟି ସିଏଜି ରିପୋର୍ଟ ଉପସ୍ଛାପନ କରାଯାଇଛି। ପ୍ରତିବର୍ଷ ଅତି କମରେ ୬୦ ଦିନ ବିଧାନସଭ ବସିବାର ନିୟମ ରହିଛି। ମାତ୍ର ଏହା ପୁଣି ଥରେ ବିଧାନସଭାର କାର୍ଯ୍ୟବିଧି ପରିଚାଳନା ପୁସ୍ତିକା ଭିତରେ ରହିଗଲା।

Leave A Reply

Your email address will not be published.