ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା

0

ପୁରୀ: ସମୁଦ୍ରରେ ସ୍ନାନ ନ କରିବାକୁ କହିବାରୁ ଲାଇଫଗାର୍ଡ଼ଙ୍କୁ ଆକ୍ରମଣ। ପୁରୀ ବେଳାଭୂମିରେ ଲାଇଫ୍‌ଗାର୍ଡ଼ଙ୍କ ଉପରେ ଆକ୍ରମଣ କଲେ ପର୍ଯ୍ୟଟକ ଦମ୍ପତି। ବାତ୍ୟା ‘ମୋନ୍ଥା’ ପାଇଁ ସମୁଦ୍ର ଅଶାନ୍ତ। ସମୁଦ୍ରରେ ପ୍ରବେଶ ପାଇଁ ପର୍ଯ୍ୟଟକ ତଥା ମତ୍ସ୍ୟଜୀବୀଙ୍କୁ ବାରଣ। ଏହା ସତ୍ତ୍ୱେ ଅମାନିଆ ପର୍ଯ୍ୟଟକ କାର୍ଯ୍ୟରତ ଲାଇଫ୍‌ଗାର୍ଡ଼ଙ୍କ ପ୍ରତି ଦୁର୍ବ୍ୟବହାର କରିଛନ୍ତି।

ସମୁଦ୍ର କୂଳ ସେକ୍ଟର ନଂ ୪ରେ ଘଟିଛି ଏଭଳି ଘଟଣା। ସମୁଦ୍ର ସ୍ନାନ ପାଇଁ କଟକଣା ଲଗାଯାଇଥିବା ବେଳେ ଏହାକୁ ବାରଣ କରିବାରୁ ପର୍ଯ୍ୟଟକ ଦମ୍ପତି ଲାଇଫ ଗାର୍ଡଙ୍କୁ ଚପଲରେ କରିଛନ୍ତି ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି। ବାତ୍ୟା ମୋନ୍ଥା ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ପ୍ରଶାସନ ପକ୍ଷରୁ ତିନି ଦିନ ପାଇଁ ସମୁଦ୍ର ସ୍ନାନ ଉପରେ ଲଗାଯାଇଛି କଟକଣା। ଜିରୋ ଡ୍ରାଉନିଙ୍ଗକୁ ଦୃଷ୍ଟିରେ ରଖି ୨୭, ୨୮, ୨୯ ତିନି ଦିନ ଧରି ଏହି କଟକଣା ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି। କିନ୍ତୁ ଅମାନିଆ ପର୍ଯ୍ୟଟକଙ୍କୁ ଏହି ସମୟରେ ବିଚ୍ ରେ ଗୋଧାଇବାକୁ ମନା କଲାରୁ ଲାଇଫଗାର୍ଡଙ୍କୁ ଆକ୍ରମଣ କରିଥିଲେ ପର୍ଯ୍ୟଟକ ଦମ୍ପତି।ଏଭଳି ଆକ୍ରମଣ ଓ ଲାଇଫଗାର୍ଡଙ୍କ ପ୍ରତି ଦୁର୍ବ୍ୟବହାରକୁ ସାଧାରଣରେ ନିନ୍ଦା କରାଯାଇଛି।

Leave A Reply

Your email address will not be published.