ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

କାହିଁକି ପୁଣି କୋର୍ଟକୁ ଗଲେ ଆର୍ଯ୍ୟନ୍

0

ମୁମ୍ବାଇ: ଚଳଚ୍ଚିତ୍ର ତାରକା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏଥର କିନ୍ତୁ ଭିନ୍ନ କାରଣ ପାଇଁ। ତାଙ୍କୁ କେହି ଅଡ଼ୁଆରେ ପକାଇନି। ବରଂ ସେ ନିଜେ ଡ୍ରଗ୍ସ-କ୍ରୁଜ ମାମଲାରେ ଜାମିନର ସର୍ତ୍ତ କୋହଳ ପାଇଁ କୋର୍ଟକୁ ଯାଇଛନ୍ତି। ଡ୍ରଗ୍ସ ବିରୋଧୀ ଏଜେନ୍ସି (ଏନ୍‌ସିବି) କାର୍ଯ୍ୟାଳୟରେ ସାପ୍ତାହିକ ହାଜର ହେବା ସର୍ତ୍ତରେ ପରିବର୍ତ୍ତନ ପାଇଁ ସେ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି।

କୋର୍ଟ ସେବେ ଆର୍ଯ୍ୟନ୍‌ଙ୍କୁ ଜାମିନ ଦେବା ବେଳେ କହିଥିଲେ ଯେ ସେ ପ୍ରତି ଶୁକ୍ରବାର ଏନ୍‌ସିବିର ଦକ୍ଷିଣ ମୁମ୍ବାଇ କାର୍ଯ୍ୟାଳୟରେ ହାଜର ହେବେ। ଏହାକୁ ବିରୋଧ କରି ଆର୍ଯ୍ୟନ୍ କୋର୍ଟ ଯାଇଛନ୍ତି। ତାଙ୍କ ଆବେଦନରେ ଯୁକ୍ତି ରଖିଛନ୍ତି ଯେ ଯେହେତୁ ଦିଲ୍ଲୀ ଏନ୍‌ସିବିର ଏସଆଇଟି ଏହି ମାମଲାର ତଦନ୍ତ କରୁଛନ୍ତି, ଏଣୁ ମୁମ୍ବାଇ ଏନସିବି କାର୍ଯ୍ୟାଳୟରେ ହାଜର ହେବା ନିୟମ ପରିବର୍ତ୍ତନ କରାଯାଉ। ଏମିତିରେ ବି ତାଙ୍କ ହାଜରକୁ ନେଇ ଗଣମାଧ୍ୟମରେ ତୁହାକୁ ତୁହା ଖବର ପ୍ରକାଶ ପାଉଛି ଓ ସାମ୍ବାଦିକମାନେ ଭିଡ଼ କରୁଛନ୍ତି। ତେବେ ଏହା ଉପରେ କେବେ ଶୁଣାଣି ହେବ ତାହା ଜଣାପଡିନାହିଁ।

ଅକ୍ଟୋବର ୩ ତରିଖରେ ଏକ କ୍ରୁଜ ଜାହାଜରେ ଏନସିବି ଚଢଉ କରି ଆର୍ଯ୍ୟନ୍‌ଙ୍କୁ ଗିରଫ କରିଥିଲା। ଡ୍ରଗ୍ସ ମାମଲାରେ ଏନସିବି ତାଙ୍କୁ ମାମଲା ଭିତରେ ଛନ୍ଦି ଦେଇଥିଲା। ପାଖାପାଖି ୩ସପ୍ତାହରୁ ଅଧିକ ସମୟ ରହିବା ପରେ ତାଙ୍କୁ ୧୪ ସର୍ତ୍ତ ସହିତ ଜାମିନ ମିଳିଥିଲା।

Leave A Reply

Your email address will not be published.