ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

0

ଦେଶରେ ଅଣାୟତ କରୋନାର ନୂଆ ଷ୍ଟ୍ରେନ୍
ଦେଶରେ ୩୩ ହଜାର ପାର କଲା ଦୈନିକ ସଂକ୍ରମଣ
ଆଜି ୧୭ଶହ ଛୁଇଁଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା
୫୧୦ ଆକ୍ରାନ୍ତଙ୍କ ସହ ୧ନଂ ସ୍ଥାନରେ ରହିଛି ମହାରାଷ୍ଟ୍ର
ରବିବାର ତୁଳନାରେ ୨୨.୫% ବଢ଼ିଛି ଦୈନିକ ସଂକ୍ରମଣ
ଆଜିଠୁ ପଶ୍ଚିମବଙ୍ଗରେ ଅନେକ କଟକଣା ଜାରି


ନୂଆଦିଲ୍ଲୀ: ଦେଶରେ ଅଣାୟତ ହେବାରେ ଲାଗିଛି କରୋନା ସଂକ୍ରମଣ। ଭାରତରେ ଓମିକ୍ରନ ଭାରିଏଣ୍ଟ ପ୍ରବେଶ କରିବା ପରେ ଦୈନିକ ସଂକ୍ରମଣରେ ବ୍ରେକ ଲାଗୁନି। ଗତକାଲି ୨୭ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହା ୩୩ ହଜାର ପାର କରିଛି; ଯାହା ଚିନ୍ତା ବଢାଇଛି। ସେହିପରି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୧୭ଶହ ଛୁଇଁଛି। ୫୧୦ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ସହ ମହାରାଷ୍ଟ୍ର ୧ନଂ ସ୍ଥାନରେ ଥିବା ବେଳେ ୩୫୧ ସହ ଦିଲ୍ଲୀ ଦ୍ୱିତୀୟରେ ରହିଛି। ଏଯାଏ ୧୭ ଶହ ଆକ୍ରାନ୍ତଙ୍କ ମଧ୍ୟରୁ ୬୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହା ପଛକୁ କେରଳରେ ୧୫୬, ଗୁଜରାଟରେ ୧୩୬, ତାମିଲନାଡୁରେ ୧୨୧, ରାଜସ୍ଥାନରେ ୧୨୦, ତେଲେଙ୍ଗାନାରେ ୬୭, କର୍ଣ୍ଣାଟକାରେ ୬୪, ହରିଆଣାରେ ୬୩, ଓଡ଼ିଶାରେ ୩୭, ପଶ୍ଚିମବଙ୍ଗରେ ୨୦, ଆନ୍ଧ୍ରରେ ୧୭, ମଧ୍ୟପ୍ରଦେଶରେ ୯, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରୁ ୮, ଚଣ୍ଡିଗଡ଼ ଓ ଜମ୍ମୁ-କଶ୍ମୀରରେ ୩, ଆଣ୍ଡାମାନ ନିକୋବରରେ ୨, ଗୋଆ, ହିମାଚଳ, ଲଦାଖ, ମଣିପୁର ଓ ପଞ୍ଜାବରେ ଜଣେ ଲେଖାଏ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି ।

ଅନ୍ୟପକ୍ଷରେ ଦୈନିକ ସଂକ୍ରମଣ ରବିବାର ତୁଳନାରେ ୨୨.୫% ବଢ଼ିଛି। ସେହିପରି ଦିନକରେ ୧୨୩ ଜଣ ପ୍ରାଣ ହରାଇବାରୁ ମୋଟ ମୃତକଙ୍କ ସଂଖ୍ୟା ୪,୮୧,୮୯୩ରେ ପହଞ୍ଚିଛି । ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀ, କେରଳ ଓ ତାମିଲନାଡୁ ରହିଛନ୍ତି । ଏହି ୫ ରାଜ୍ୟରୁ ମୋଟ ସଂକ୍ରମିତର ୭୫.୯% ଆକ୍ରାନ୍ତ ରହିଛନ୍ତି । କେବଳରେ ମହାରାଷ୍ଟ୍ରରେ ଏହା ୩୫.୧୯% ରହିଛି। ଭାରତରେ ଆରୋଗ୍ୟ ହାର ୯୮.୨% ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ଏସବୁକୁ ଲକ୍ଷ୍ୟ କରି ଦେଶରେ ଧୀରେ ଧୀରେ ଫେରୁଛି ଲକଡାଉନ୍। ଏକାଧିକ ରାଜ୍ୟରେ ନାଇଟ କର୍ଫ୍ୟୁ ସହିତ ଅନେକ କଟକଣା ଜାରି ହୋଇଛି। ମହାରାଷ୍ଟ୍ର ଓ ଦିଲ୍ଲୀରେ ସ୍ଥିତି ବିଗିଡ଼ି ଗଲାଣି। ମହାରାଷ୍ଟ୍ରରେ ସଂକ୍ରମଣରେ ୨୭ ପ୍ରତିଶତ ବୃଦ୍ଧି ହୋଇଛି । ପଶ୍ଚିମବଙ୍ଗରେ ମଧ୍ୟ ଦୃତ ଗତିରେ ମାଡ଼ି ଚାଲିଛି ନୂଆ ଭୂତାଣୁ। ଆଜିଠୁ ପଶ୍ଚିମବଙ୍ଗରେ ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ, ଜିମ, ସୁଇମିଂ ପୁଲ୍, ସେଲୁନ। କଟକଣାରେ ଚାଲିବ ମଲ୍, ସିନେମା ହଲ । ବିବାହ ଓ ଶେଷକୃତ୍ୟରେ ବି ଲାଗିଛି କଟକଣା। ଦିଲ୍ଲୀରେ ଦୈନିକ ସଂକ୍ରମଣ ୨୧ ପ୍ରତିଶତ ବୃଦ୍ଧି ପାଇଛି । ନିୟମ ନମାନିଲେ ଆଗକୁ ସ୍ଥିତି ଭୟଙ୍କର ହେବ ବୋଲି ସତର୍କ କରାଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ।

Leave A Reply

Your email address will not be published.