ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର

0

ଦେଶରେ କରୋନା ସ୍ଥିତି ଅଣାୟତ୍ତ । ଦିନକରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି । ୮ ମାସର ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ମେ ମାସରେ ୩ ଲକ୍ଷରୁ ଅଧିକ ମାମଲା ଆସିଥିଲା । ଏହା ପରେ ଆଜି ୩ ଲକ୍ଷ ୧୭ ହଜାର ୫୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହାର ରହିଛି ୧୬.୪୧ ପ୍ରତିଶତ । ସେହିପରି ସପ୍ତାହିକ ସଂକ୍ରମଣ ରହିଛି ୧୬. ୦୬ ପ୍ରତିଶତ ।ପୂର୍ବ ସପ୍ତାହ ତୁଳନାରେ ୨୭ ପ୍ରତିଶତ ଅଧିକ ମାମଲା ଆଜି ରହିଛି ।

ଗତ ୨୪ ଘଣ୍ଟାରେ ୩ ଲକ୍ଷ ଉପରେ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ ଲହର ସମୟରେ ଏହି ସଂଖ୍ୟା ଛୁଇଁବାକୁ ୬୦ ଦିନ ଲାଗିଥିଲା ଏବେ ତୃତୀୟ ଲହରରେ ୩୦ ଲକ୍ଷ ଦିନରେ ୩ ଲକ୍ଷ ଉପରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି । ଏହା ସହ ଗତ ୨୪ ଘଣ୍ଟାରେ ୪୯୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୭ ହଜାର ୬୯୩କୁ ବୃଦ୍ଧି ପାଇଛି । ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୯ ଲକ୍ଷ ୨୪
ହଜାର ୫୧ । ସେହିପରି ଗତ ୨୪ ଘଣ୍ଟାରେ ୨ ଲକ୍ଷ ୨୩ ହଜାର ୯୯୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ୯ ହଜାର ୨୮୭ରେ ପହଞ୍ଚିଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ।ଗତକାଲି ତୁଳନାରେ ୩ ଦଶମିକ ୬୩ ପ୍ରତିଶତ ଅଧିକ ଓମିକନ ମାମଲା ଆସିଛି । ତେବେ ଯେଉଁପରି ସଂକ୍ରମଣ ବଢୁଛି ଏହା ପିକ୍ ମୁହାଁ ହୋଇଛି । ଆଇଆଇଟି କାନପୁର ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ, ଜାନୁଆରୀ ୨୩ରେ ଦେଶରେ ପିକ ଛୁଇଁବ ସଂକ୍ରମଣ । ଦ୍ୱିତୀୟ ଲହର ବେଳେ ସର୍ବାଧିକ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୧୪ ହଜାର ପର୍ଯ୍ୟନ୍ତ ଯାଇଥିଲା ।

Leave A Reply

Your email address will not be published.