ପ୍ରମୁଖ ଖବର

ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ: ଶାର୍ପ ସୁଟର ସହ ୩ ଗିରଫ
ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରିଚି ଆସନ ଛାଡିଲେ ବିଜୟ
ମୁମ୍ବଇ-ପୁଣେ ଏକ୍ସପ୍ରେସୱେରେ ସୁପ୍ରିୟା ସୁଲେଙ୍କ କାର୍‌କୁ ଧକ୍କା, ଅଳ୍ପକେ ବର୍ତ୍ତିଲେ ସାଂସଦ
ଜୁଲାଇ ୧ରୁ ଲାଗୁ ହେବ ‘ଭିବି-ଜିରାମ-ଜି’ ଆଇନ
ମୋଦୀଙ୍କ ଦେଶବାସୀଙ୍କୁ ଆହ୍ୱାନ:‘ଗୋଟିଏ ବର୍ଷ ‘ସୁନା କିଣନ୍ତୁ ନାହିଁ,ୱାର୍କ ଫ୍ରମ୍ ହୋମ୍‌ କରନ୍ତୁ -ଇନ୍ଧନ ସଞ୍ଚୟ କରନ୍ତୁ’

ପୁରୀରେ ପାପ!

0

୫ ବର୍ଷର ଶିଶୁକୁ ଦୁଷ୍କର୍ମ କରି ଦୁର୍ବୃତ୍ତ ଫେରାର । ପୁରୀ ଟାଉନ ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ନାବାଳିକାକୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଟାଉନ ଥାନାରେ ପୁଲିସ ଏହି ଘଟଣାକୁ ନେଇ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନଭିନ ଆରମ୍ଭ କରିଛି । ଟାଉନ ଥାନା ଆଇଆଇସି, କୁମ୍ଭାରପଡା ଆଇଆଇସି,ବାସେଳିସାହି ଆଇଆଇସି ଓ ବଳିଆସାହି ଆଇଆଇସିଙ୍କ ନେତୃତ୍ୱରେ ୪ଟି ଟିମ ଗଠନ କରାଯାଇଛି ।

ସୂଚନା ଅନୁସାନରେ, କୁନି ଝିଅଟି ଏକୁଟିଆ ଖେଳୁଥିବା ବେଳେ ସଇତାନ ଜଣକ ତାକୁ ଛାତ ଉପରକୁ ଟେକି ନେଇଥିଲା । ଏବଂ ଛାତ ଉପରକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲା । ଶିଶୁଟିର ମାଆ ଆସିଯିବାରରୁ ସେଠାରୁ ଫେରାର ହୋଇଯାଇଥିଲା ସଇତାନ ମହେଶ ମହାନ୍ତି । ପୁଲିସର ସୂଚନା ଅନୁସାରେ ଅଭିଯୁକ୍ତ ମହେଶର ଘର ହେଉଛି ଜଗତସିଂହପୁରରେ । ପୂବ;ର୍ରୁ ତା ବାପା ମରିଯାଇଥିବା ବେଳେ ଗତବର୍ଷ କରୋନାରେ ତା ମାଆ ବି ଚାଲିଯାଇଛନ୍ତି । ସେ ଗତ କିଛି ବର୍ଷ ହେବ ବିବାହ କରିଥିଲା । ମାତ୍ର ତା ସ୍ତ୍ରୀ ତାକୁ ଛାଡି ଅନ୍ୟତ୍ର ଚାଲିଯାଇଥିବା କୁହାଯାଉଛି । ମହେଶ ଡ୍ରାଇଭର ଭାବେ କାମ କରୁଥିବା ବେଳେ ଏଭଳି ଜଘନ୍ୟ କାଣ୍ଡ ପରେ କୁଆଡ଼େ ଫେରାର ହୋଇଯାଇଛି ।

Leave A Reply

Your email address will not be published.