ପ୍ରମୁଖ ଖବର

ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଛତ୍ରପୁରର ପାରା ଫେନ୍ସର ଭି. ରମେଶ ରାଓ
ମୌସୁମୀ ଅଧିବେଶନରେ ୧୨ ବିଲ୍ ପାରିତ, ଉତ୍ପାଦକତା କମ୍
ମୋଦୀଙ୍କ ବିଦେଶନୀତିକୁ ମୋରିସନଙ୍କ ପ୍ରଶଂସା
ସଂସଦରେ ଓଲଟା ଚିତ୍ର: ଆଲୋଚନା ଚାହୁଁଛି ସରକାର
ପ୍ୟାକେଟ୍ ଖାଦ୍ୟରେ ଚେତାବନୀ ଲେବଲ୍ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ
ଡିଜିପି ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ରୋକ, ଅଗଷ୍ଟ ୧୮ ପର୍ଯ୍ୟନ୍ତ ଚୟନ ନକରିବାକୁ ନିର୍ଦ୍ଦେଶ
କ୍ଷୀର ଦର ବୃଦ୍ଧି ପରେ ମହଙ୍ଗା ହେଲା ଛେନା-ପନିର

ମୁମ୍ବାଇରେ ଖୋଲିଲା; ରାଜ୍ୟରେ କେବେ ଖୋଲିବ ସ୍କୁଲ?

0

କରୋନା ସଂକ୍ରମଣ ଭୟ ଭିତରେ ମହାରାଷ୍ଟ୍ରରେ ଆଜିଠୁ ଖୋଲିଛି ସ୍କୁଲ । ପ୍ରଥମରୁ ଦ୍ୱାଦଶ ଯାଏଁ ସ୍କୁଲ ଆଜିଠୁ ଖୋଲିଛି । ଶ୍ରେଣୀଗୃହରେ ପାଠପଢା ଆରମ୍ଭ ହୋଇଛି । କୋଭିଡ ନିୟମ ଅନୁସାରେ ସ୍କୁଲରେ ପାଠପଢା ଆରମ୍ଭ ହୋଇଥିବା ବେଳେ ଉଭୟ ଅଫଲାଇନ ଓ ଅନଲାଇନର କ୍ଲାସ କରାଯିବ । ତେବେ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠୁଛି କାରଣ କରୋନା ତୃତୀୟ ଲହର ଭିତରେ ଉଦ୍ଧବ ସରକାର ସ୍କୁଲ ଖୋଲିବା ନେଇ ଏତେ ତତ୍ପର କାହିଁକି?ଏହି ପ୍ରଶ୍ନ ଏଥିପାଇଁ ବି ଗୁରୁତ୍ୱପୂର୍ଣ୍ଣ କାରଣ ପିଲାଙ୍କୁ ସ୍କୁଲ ଡାକିବାକୁ ଦୁଇଟି ଜିନିଷ ଜରୁରୀ,ଗୋଟିଏ ହେଲା କରୋନା ଗାଇଡଲାଇନ ପାଳନ ଅନ୍ୟଟି ହେଲା ବାପା ମାଆଙ୍କ ସହମତି ।

ଅନଲାଇନ ଏଜେନ୍ସି ଲୋକାଲ ସର୍ଭିସର ଏକ ସର୍ଭେ ଅନୁସାରେ ,ଉଦ୍ଧବ ସରକାରଙ୍କ ନିଷ୍ପତ୍ତି ପ୍ରଶ୍ନ ଘେରରେ ରହିଛି । ସର୍ଭେରେ ୬୭ ପ୍ରତିଶତ ପୁରୁଷ ଓ ୩୩ ପ୍ରତିଶତ ମହିଳା ସାମିଲ ହୋଇଥିଲେ । ମହାରାଷ୍ଟ୍ରରେ ପ୍ରାୟ ୬୨ ପ୍ରତିଶତ ଅଭିଭାବକ ନିଜ ପିଲାଙ୍କୁ ଆଜିଠୁ ସ୍କୁଲ ଛାଡିବା ନିଷ୍ପତ୍ତି ସପକ୍ଷରେ ନାହାନ୍ତି । ସେହିପରି ୧୧ ପ୍ରତିଶତ ଅଭିଭାବକ ଏସମ୍ପର୍କରେ ମତ ପ୍ରକାଶ କରିନାହାନ୍ତି । ଟାୟାର-୧,ଟାୟାର-୨,ଟାୟାର-୩ ସହରରେ କରାଯାଇଥିବା ସର୍ଭେରେ ୪୯୭୬ ଜଣ ଲୋକ ପ୍ରତିକ୍ରିୟା ଦେଇଛନ୍ତି । ତେବେ ମହାରାଷ୍ଟ୍ର ଚାଇଲ୍ଡ ଟାସ୍କ ଫୋର୍ସର ସଦସ୍ୟ ଡକ୍ଟର ବକୁଲ ପାରେଖ କହିଛନ୍ତି, ବିଦ୍ୟାଳୟ ଖୋଲିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ । ସ୍କୁଲ ବନ୍ଦ ହେତୁ ପିଲାମାନେ ସମସ୍ୟା ଭୋଗୁଛନ୍ତି । ତେବେ କୋଭିଡ ଗାଇଡଲାଇନ ର ଯଦି ଠିକ୍ ଭାବେ ପାଳନ କରାଯିବ ତେବେ ପିଲାଙ୍କ ଉପରେ ବିପଦ କମ ରହିବା ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ ଏବଂ ସାନିଟାଇଜର ବ୍ୟବହାର କରିବାକୁ ହେବ ।

Leave A Reply

Your email address will not be published.