ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ପ୍ରଶ୍ନ ଉଠାଇଲେ ଜାଗୃତି

0

ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକି ବିବାଦ ଥମିବାର ନାଁ ନେଉନି । ତେବେ ଏହି ମାମଲା ଏବେ ନୂଆ ମୋଡ଼ ନେଇଛି। ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବନାମ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା । ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା । ପୂର୍ବରୁ ଜାଗୃତି ଏକ ଫେସବୁକ ପୋଷ୍ଟ କରିଥିବା ବେଳେ ଏବେ ଆଉ ଏକ ପୋଷ୍ଟ କରି ଅଭିନେତାଙ୍କ ପତ୍ନୀଙ୍କୁ ନେଇ ପରୋକ୍ଷରେ ପ୍ରଶ୍ନ ଉଠାଇଛନ୍ତି ।

ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ଫେସବୁକରେ ପୋଷ୍ଟ କରି ପ୍ରଶ୍ନ ଉଠାଇଛନ୍ତି ଯେ, ଅଭିନେତାଙ୍କ ଅସୁସ୍ଥ ପିତା,ମାତା ଦେଢ ବର୍ଷ ହେଲା ଭଡ଼ା ଘରେ ରହୁଛନ୍ତି । ସାନଭାଇଙ୍କ ପତ୍ନୀ ଓ ପିଲା ବି ଭଡ଼ା ଘରେ ରହୁଛନ୍ତି । ପୈତୃକ ଘରେ କେବଳ ଅଲଗା ହୋଇଥିବା ପତ୍ନୀ ରହୁଛନ୍ତି । କେହି କେବେ ଭାବିଛନ୍ତି ସେ ଖୁସିରେ ଅଛନ୍ତି କି ନାହାନ୍ତି? ଏହି ପ୍ରସଙ୍ଗରେ କୌଣସି ଗଣମାଧ୍ୟମ ମଧ୍ୟ ଏଯାଏଁ ପ୍ରଶ୍ନ ଉଠାଉନି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ପୂର୍ବରୁ ଏକ ପୋଷ୍ଟ କରି ଜାଗୃତି ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ଭାବେ ବର୍ଷାଙ୍କୁ ଯେଉଁ ସୁବିଧା ସୁଯୋଗ ମିଳୁଥିଲା ତାକୁ ବାତିଲ କରିବା ପାଇଁ ଦାବି କରିଥିଲେ ।

ଜାଗୃତି ଲେଖିଥିଲେ , ମୁଁ ଜାଣିବାକୁ ପାଇଲି ଜଣେ ସାଂସଦଙ୍କ ପତ୍ନୀ ବାହାଘର ସାର୍ଟିଫିକେଟ, ପାସପୋର୍ଟ,ପ୍ୟାନକାର୍ଡ, ବ୍ୟାଙ୍କ ଆକାଉଣ୍ଟ, ଆୟକର ଦାଖଲ ଭଳି ସମସ୍ତ ଡକ୍ୟୁମେଣ୍ଟ ଭିନ୍ନଭିନ୍ନ ନାଁ ଉଲ୍ଲେଖ କରିଛନ୍ତି । ଏଥିସହ ଅଭିଭାବକ ସାଙ୍ଗିଆକୁ ମଧ୍ୟ ଦୁଇଟି ଭିନ୍ନ ଭିନ୍ନ କ୍ଷେତ୍ର ପାଇଁ ଅଲଗା ଭାବେ ବ୍ୟବହାର କରିଛନ୍ତିା ଏହାକୁ କଣ ଠକାମୀ ଭାବେ ଗ୍ରହଣ କରାଯିବନି ? ସେ କଣ ତଦନ୍ତ ପରିସରଭୁକ୍ତ ହେବ ଉଚିତ ନୁହେଁ ବୋଲି ପ୍ରଶ୍ନ କରିଥିଲେ । ଏହା ପରେ ବର୍ଷା ପ୍ରିୟଦର୍ଶିନୀ ଏନେଇ ପୁରୀଘାଟ ଥାନାରେ ଅଭିଯୋଗ କରି କହିଥିଲେ, ଯେ ଜାଗ୍ରତୀ ତାଙ୍କର ସମ୍ମାନହାନୀ କରିଛନ୍ତି । ଅନୁଭବଙ୍କୁ ମାଧ୍ୟମ କରି ଜାଗୃତି ତାଙ୍କର ସମ୍ମାନ ହାନୀ କରୁଛନ୍ତି । ଆବଶ୍ୟକ ପଡିଲେ ତାଙ୍କ ବିରୋଧରେ ମାନହାନୀ ମକଦ୍ଦର୍ମା କରିବେ ବୋଲି କହିଥିଲେ ବର୍ଷା ।

Leave A Reply

Your email address will not be published.