ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଖସୁଛି ସଂକ୍ରମଣ, ବଢୁଛି ମୃତ୍ୟୁ

0

ଆଶ୍ୱସ୍ତି ଆଣୁଛି ଫେବୃଆରୀ । ଧୀରେ ଧୀରେ ଦେଶରେ କରୋନା ସଂକ୍ରମଣ ଏବେ ଖସିବାରେ ଲାଗିଛି । ଦେଶରେ ଗତ ୨୪ ଘ ।ରେ ୫୦ ହଜାର ୪୦୭ ନୂଆ ମାମଲା ସାମନାକୁ ଆସିଛି । ଗତକାଲି ୫୮ ହଜାର ୭୭ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଦେଶରେ ଦୈନିକ ସଂକ୍ରମଣ ହାର ରହିଛି ୩.୪୮ ପ୍ରତିଶତ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଅନୁସାରେ, ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଖସି ୬ ଲକ୍ଷ ୧୦ ହଜାର ୪୪୩ରେ ପହଞ୍ଚିଛି । ସେହିପରି ଦିନକରେ ୮୦୪ ଲୋକ କରୋନାରେ ଆଖିବୁଜିଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୭ ହଜାର ୯୮୧କୁ ବୃଦ୍ଧି ପାଇଛି । ଗତକାଲି ୧,୩୬, ୯୬୨ ଆକ୍ରାନ୍ତ ସୁସ୍ଥ ହୋଇଥିଲେ ।

ସେହିପରି ରାଜ୍ୟରେ ଗତକାଲିଠୁ ଆଜି ସଂକ୍ରମଣ ସାମାନ୍ୟ ବଢିଛି । ଗତ ୨୪ ଘଣ୍ଟା ରେ ୧୫୩୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୬୧୪କୁ ବୃଦ୍ଧି ପାଇଛି । ୩୪୨ ଜଣ ୧୮ ବର୍ଷରୁ କମ ଆକ୍ରାନ୍ତ ଅଛନ୍ତି । ସେହିପରି ଦିନକରେ ରାଜ୍ୟରେ ୨୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । କରୋନାଜନିତ ମୃତ୍ୟୁ ସଂଖ୍ୟା ୮୮୬୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ ରହିଥିବା ବେଳେ ବାଲେଶ୍ୱରରୁ ୬ ଜଣ ରହିଛନ୍ତି । ଯାଜପୁରରୁ ୩ ଜଣ ଲେଖାଁଏ ରହିଥିବା ବେଳେ ଭଦ୍ରକ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଁଏ ରହିଛନ୍ତି । ସେହିପରି ଅନୁଗୁଳ ପୁରୀ,ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଁଏ ରହିଛନ୍ତି ।

Leave A Reply

Your email address will not be published.