ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ପରଲୋକରେ ଡିସ୍କୋ କିଙ୍ଗ୍‌

0

ମୁମ୍ବାଇ: ପୁଣି ଆଉ ଏକ ଦୁଃଖଦ ଖବର ଆସି ପହଞ୍ଛିଛି। ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ହରାଇବାର ଦିନ କେଇଟା ନ ବିତୁଣୁ ଆଉ ଜଣେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକଙ୍କୁ ହରାଇଛି ବଲିଉଡ। ପ୍ରଖ୍ୟାତ ଗାୟକ ବାପି ଲାହିରିଙ୍କ ପରଲୋକ ହୋଇଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୬୯ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି। ଗତକାଲି ରାତି ୧୧ଟାରେ ତାଙ୍କର ପରଲୋକ ହୋଇଥିବା କୁହାଯାଉଛି।

ବଲିଉଡର ଡିସ୍କୋ କିଙ୍ଗ ଭାବେ ପରିଚିତ ବାପି ଲାହିରି। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ତାଙ୍କର ଚିକିତ୍ସା ଚାଲିଥିଲା। । ଏକାଧିକ ରୋଗରେ ସେ ପୀଡିତ ଥିଲେ। ଗତବର୍ଷ ବାପି ଲାହିରି କରୋନା ସଂକ୍ରମିତ ହୋଇଥିଲେ। ବାପି ଲାହିରିଙ୍କ ସୁନା ପିନ୍ଧିବା ଓ ସବୁବେଳେ ଚଷମା ପିନ୍ଧି ଚାଲିବା ଲୋକ ବହୁତ ପସନ୍ଦ କରୁଥିଲେ। ବେକରେ ସୁନାର ମୋଟା ମୋଟା ଚେନ,ହାତରେ ଆଙ୍ଗୁଠିରେ ବଡ଼ ବଡ଼ ମୁଦି ସମେତ ଅନକେ ସୁନା ଅଳଙ୍କାର ପିନ୍ଧୁଥିଲେ। ତାଙ୍କୁ ବଲିଉଡର ପ୍ରଥମ ରକ୍ ଷ୍ଟାର ଗାୟକ ମଧ୍ୟ କୁହାଯାଏ। ଭିନ୍ନ ସ୍ୱର ଓ ଭିନ୍ନ ଅନ୍ଦାଜ ପାଇଁ ସେ ବେଶ ଜଣାଶୁଣା ଥିଲେ।

୧୯୫୨ ମସିହା ନଭେମ୍ବର ୨୬ରେ ପଶ୍ଚିମବଙ୍ଗ ଜାଲପାଇଗୁଡିରେ ସେ ଜନ୍ମଗହଣ କରିଥିଲେ। ୫୦୦ରୁ ଅଧିକ ଗୀତ ରଚନା କରିଛନ୍ତି ବାପି ଲାହିରି। ଚଲତେ ଚଲତେ, ଡିସ୍କୋ ଡ୍ୟାନ୍ସର,ଶରାବୀ ଭଳି ଅନେକ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ବାଗି-୩ ଫିଲ୍ମ ପାଇଁ ଶେଷ ଥର ମ୍ୟୁଜିକ କମ୍ପୋଜ କରିଥିଲେ।

Leave A Reply

Your email address will not be published.