ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ପଞ୍ଚାୟତ ଲଢେଇ: ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପଡୁଛି ଭୋଟ୍‌

0

ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ସକାଳ ୭ରୁ ମତଦାନ ଆରମ୍ଭ ହୋଇଛି । ଦିନ ଗୋଟାଏ ଯାଏଁ ଭୋଟ ଗ୍ରହଣ ଚାଲିବ। ୩୦ଟି ଜିଲ୍ଲାର ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର। ୧୫୧୪ ପଞ୍ଚାୟତର ୨୦ ହଜାର ୪୩୫ ବୁଥରେ ଭୋଟ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଦ୍ୱିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ ହଜାରରୁ ଅଧିକ ଭୋଟର ନିଜର ମତାଧିକାରୀ ସାବ୍ୟସ୍ତ କରିବେ।
ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ କିଛି ଜାଗାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଯେମିତି ସେଭଳି ନହୁଏ ତା ଉପରେ ଗୁରୁତ୍ୱ ଦିଆଯାଇଛି । ମତଦାନ ବେଳେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ୨୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।୨୦ ହଜାର ୪୩୫ ବୁଥରୁ ୩ ହଜାର ୬୫ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି। କେତକ ସ୍ଥାନରେ ସକାଳେ ମକ୍ ଭୋଟିଂ କରାଯାଇଛି। ଏକାସାଙ୍ଗେ ୪ଟି ପଦବୀ ପାଇଁ ଭୋଟିଂ ହେଉଥିବାରୁ ବେଶ ସତର୍କତା ଅବଲମ୍ବନ କରାଯାଇଛି ।

ପ୍ରଥମେ ସରପଞ୍ଚ , ତାପରେ ୱାର୍ଡମେମ୍ବର,ପରେ ପଞ୍ଚାୟତ ସମିତି ସଭ୍ୟ ଶେଷରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ଲାଗି ଉଦ୍ଦିଷ୍ଟ ବାଲାଟ ପେପରରେ ଭୋଟ ଦେବେ ଲୋକ। ଦ୍ୱିତୀୟ ପର୍ଯ୍ୟାୟରେ ବହୁ ବଡ଼ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ଏମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିର ବ୍ୟୋମକେଶ ରାୟ,ଦେବୀ ମିଶ୍ର, ଉଷା ଦେବୀ,ପଦ୍ମନାଭ ବେହେରା ଓ ସମୀର ଦାସ। ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପରେ ୨୬ରୁ ୨୮ ପର୍ଯ୍ୟନ୍ତ ଭୋଟ ଗଣତି ହେବ।

Leave A Reply

Your email address will not be published.