ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ବିବାଦ ଭିତରେ କୋଟିଆରେ ପଡୁଛି ଭୋଟ

0

ବିବାଦ ଭିତରେ କୋଟିଆରେ ପଡୁଛି ପଞ୍ଚାୟତ ଭୋଟ । କୋଟିଆ ଗ୍ରାମପୁଞ୍ଜରେ ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର କରିବାର ଆନ୍ଧ୍ରର ଷଡଯନ୍ତ୍ର ଭିତରେ ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ । ମତଦାନ ଆରମ୍ଭ ହୋଇଥିବାରୁ ଆଇନଶୃଙ୍ଖଳା ଦୃଷ୍ଟିରୁ ଆନ୍ଧ୍ର ସୀମାକୁ ସିଲ୍ କରିଛି ଓଡିଶା ପ୍ରଶାସନ । ମାଟି ଆଗ ପାର୍ଟି ପଛର ନାରା ଦେଉଥିବା ଜିଲ୍ଲାର ଆଗଧାଡ଼ିର ରାଜନେତା କୋଟିଆରେ ସର୍ବଦଳୀୟ ପ୍ରାର୍ଥୀ ମନୋନୀତ କରିଛନ୍ତି । ଯାହାଙ୍କୁ ଟକ୍କର ଦେଉଛନ୍ତି ଜଣେ ସ୍ୱାଧୀନ ପ୍ରାର୍ଥୀ । କଡ଼ା ସୁରକ୍ଷା ଭିତରେ ଭୋଟିଂ ଚାଲିଛି । ଆନ୍ଧ୍ରର ଷଡଯନ୍ତ୍ର ହେଉ କି କୌଣସି ଅପ୍ରୀତିକର ପରିସ୍ଥିତି ହେଉ ତାକୁ ରୋକିବା ପାଇଁ କୋଟିଆରେ କଡା ସୁରକ୍ଷା କରାଯାଇଛି । ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । କୋଟିଆରେ ଏଥର ୫ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି । ଆଜି ଓଡିଶା ପକ୍ଷରୁ ମାଡ଼କାର, ଫଗୁଣସିନେରି, ଗଞ୍ଜେଇପଦର, ତାଡିବାଲସା, ଆଦି ୧୩ଟି ବୁଥରେ ପଞ୍ଚାୟତ ନିର୍ବାଚନ କରାଯାଉଛି ।

ଏବେ ସମସ୍ତଙ୍କ ନଜର କୋଟିଆ ଉପରେ ରହିଥିବା ବେଳେ ବିଶୃଙ୍ଖଳା ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଚେତାବନୀ ଦେଇଛି । ପଡୋଶୀ ଆନ୍ଧ୍ର ପକ୍ଷରୁ ଯେପରି ନିର୍ବାଚନରେ କୌଣସି ବାଧ୍ୟା ସୃଷ୍ଟି ନହୁଏ ସେଥିପାଇଁ ପୁଲିସ, ପ୍ରଶାସନ ସଜାଗ ରହିଛି । ଓଡିଶା-ଆନ୍ଧ୍ର ସୀମାରେ ସବୁବେଳେ ବିବାଦରେ ରହିଆସିଥିବା କୋଟିଆରେ ପଞ୍ଚାୟତ ଭୋଟ ହେବାରେ ବହୁ ଗୁରୁତ୍ୱ ରହିଛି । କାରଣ ଏହି ଅଞ୍ଚଳକୁ ଆନ୍ଧ୍ର ନିଜର ବୋଲି ଦାବି କରୁଛି । ଗତବର୍ଷ ଆନ୍ଧ୍ରରେ ଏଠାରେ ଏକତରଫା ନିର୍ବାଚନ କରିଥିଲା । ।

Leave A Reply

Your email address will not be published.