ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଚତୃର୍ଥ ପର୍ଯ୍ୟାୟରେ ୭୩% ମତଦାନ, ନଗଡାରେ ରେକର୍ଡ

0

ଶାନ୍ତିଶୃଙ୍ଖଳାର ସହ ରାଜ୍ୟରେ ସରିଛି ଚତୃର୍ଥ ପର୍ଯ୍ୟାୟ ମତଦାନ । ଚତୃର୍ଥ ପର୍ଯ୍ୟାୟରେ ୭୩ ପ୍ରତିଶତ ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିଶନର ଏନେଇ ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ସୂଚନା ଅନୁସାରେ ୭୩ ପ୍ରତିଶତ ମତଦାନ ହୋଇଛି । ଚୂଡାନ୍ତ ସଂଖ୍ୟା ଆସିଲେ ଏହା ବଢିପାରେ । ତେବେ ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ ହୋଇଥିବା ବେଳେ ୪,୫ଟି ଜାଗାରେ ବିଭିନ୍ନ କାରଣରୁ ଭୋଟଦାନରେ ବାଧାପ୍ରାପ୍ତ ହୋଇଛି । ଜିଲ୍ଳାପାଳଙ୍କଠୁ ରିପୋର୍ଟ ମିଳିଲା ପରେ ପଦକ୍ଷେପ ନିଆଯିବ ବୋଲି ନିର୍ବାଚନ କମିଶନର କହିଛନ୍ତି ।

ତେବେ ଯାଜପୁର ଜିଲ୍ଲାରେ ନଗଡାରେ ୨୦ ବର୍ଷ ପରେ ଭୋଟ ପଡିଛି । ଆଜି ହୋଇଥିବା ଭୋଟଗ୍ରହଣରେ ନଗଡାରେ ୮୩% ମତଦାନ ହୋଇଛି । ରାଜ୍ୟ
ନିର୍ବାଚନ କିମଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି, ନକ୍ସଲ ପ୍ରବଣ ନିୟମଗିରି ତ୍ରିଲୋଚନପୁରରେ ମଧ୍ୟ ୮୦% ମତଦାନ ହୋଇଛି । ଯୋଗାଯୋଗ ସମସ୍ୟା ଯୋଗୁ ଉଭୟ ନଗଡା ଓ ତ୍ରିଲୋଚନପୁରରେ ଭୋଟ ହୋଇପାରୁନଥିଲା । ନିର୍ବାଚନ କମିଶନର କହିଛନ୍ତି, ଚତୃର୍ଥ ପର୍ଯ୍ୟାୟ ନିର୍ବାଚନ ସୁରୁଖୁରରେ ଶେଷ ହୋଇଛି । ଷ୍ଟ୍ରଙ୍ଗରୁମରେ ସିସିଟିଭ ସହ ୨୪ ଘଣ୍ଟିଆ ବିଦ୍ୟୁତ ସଂଯୋଗ ରହିଛି । ଭୋଟ ଗଣତି ପୂର୍ବରୁ ଷ୍ଟ୍ରଙ୍ଗ ରୁମ ନଖୋଲିବାକୁ ନିର୍ଦ୍ଦେଶ ଅଛି । ଦଳମାନଙ୍କୁ ବି ଷ୍ଟ୍ରଙ୍ଗରୁମ ଜଗିବାକୁ ଉତ୍ସାହିତ କରାଯାଉଛି ।

Leave A Reply

Your email address will not be published.