ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ସରପଞ୍ଚ ପ୍ରାର୍ଥୀଙ୍କ ସ୍ୱାମୀଙ୍କ ମିଳୁନି ପତ୍ତା, ଦୁଇ ଦିନ ଧରି ନିଖୋଜ

0

ସରପଞ୍ଚ ପ୍ରାର୍ଥୀଙ୍କ ସ୍ୱାମୀ ନିଖୋଜ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ବେ ପୁର ପଞ୍ଚୟତ ସରପଞ୍ଚ ପ୍ରାର୍ଥୀ ଶ୍ରଦ୍ଧାଞ୍ଜଳୀ ତ୍ରିପାଠୀଙ୍କ ସ୍ୱାମୀ ନିଖୋଜ ଅଛନ୍ତି ।
ଦୁଇ ଦିନ ହେବ ପୀତବାସ ଦାସ ନିଖୋଜ ଥିବା ଅଭିଯୋଗ ହୋଇଛି । ଶ୍ରଦ୍ଧାଞ୍ଜଳୀ ସ୍ୱାମୀ ନିଖୋଜ ଥିବା ନେଇ ତାଲାରେ ଏତାଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ତେବେ ପୀତବାସଙ୍କ ବାଇକ ଗତକାଲି ମଣିଦାସ ବରଗଛ ବଜାରରୁ ଉଦ୍ଧାର କରାଯାଇଛି । ପୀତବାସଙ୍କ ନିଖୋଜ ପଛରେ ରାଜନୈତିକ ଶତ୍ରୁତା ନ ଅନ୍ୟ କଣ କାରଣ ରହିଛି ଜଣାପଡିନାହିଁ । ପୀତବାସ ଦୈନିକ ଓଡିଆ ଖବରକାଗଜର ପ୍ରତିନିଧି ଭାବେ କାମ କରନ୍ତି ।

ସେହିପରି ବାଲିଗୁଡା କୋଟଗଡ଼ ବ୍ଲକ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରୁ ନିଖୋଜ ଅଛନ୍ତି ପ୍ରାର୍ଥୀ ଷ୍ଟିଫାନ ପ୍ରଧାନ । କୋଟଗଡ଼ ଥାନାରେ ଷ୍ଟିଫାନଙ୍କ ଅପହରଣ ନେଇ ଅଭିଯୋଗ ହୋଇଛି । ଥାନା ସାମନାରେ ମଧ୍ୟ ଉତେଜନା ଦେଖାଦେଇଛି ।

Leave A Reply

Your email address will not be published.