ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଲାଲଗଡ଼ରେ ପଡିବ ଭୋଟ

0

ଆସନ୍ତାକାଲି ପଞ୍ଚାୟତ ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ମତଦାନ । କାଲି ଶେଷ ପର୍ଯ୍ୟାୟରେ ଲାଲଗଡ଼ରେ ପଡିବ ଭୋଟ । ସ୍ୱାଭିମାନ
ଅଞ୍ଚଳର ୯ଟି ପଞ୍ଚାୟତରେ ଭୋଟ ପଡିବ। ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠାରେ ସୁରୁଖୁରୁରେ ନିର୍ବାଚନ କରାଇବା ବଡ଼ ଚ୍ୟାଲେଞ୍ଜ ହେବ । ଦୀର୍ଘ ୧୫ ବର୍ଷ ପରେ ଭୋଟ ଦେଇ ମନ ପସନ୍ଦର ପ୍ରାର୍ଥୀ ବାଛିବେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳବାସୀ। ପୂର୍ବରୁ ଲାଲ ବାହିନୀ ଭୟର ଲୋକେ ଭୋଟ ଦେଉନଥିବା ବେଳେ ଚଳିତ ବର୍ଷ କଡା ସୁରକ୍ଷା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ନକ୍ସଲ ଭୟ ଯୋଗୁ ୧୦ ବର୍ଷ ତଳେ ଗଠନ ହୋଇଥିବା ଯନ୍ତ୍ରୀ ପଞ୍ଚାୟତର ଅଧିନରେ ଆସୁଥିବା ଗାଁ ଗୁଡିକ ବି ଭୋଟ ଦେଉନଥିଲେ।

କାଲି ଶେଷ ପର୍ଯ୍ୟାୟ ମତଦାନରେ ଯନ୍ତ୍ରୀ ପଞ୍ଚାୟତର ତୋଟାଗୁଡ଼ା ଠାରେ ୧୧ଟି ବୁଥ କରାଯାଇଛି । ଟେଣ୍ଟ ମାରି ଅସ୍ଥାୟୀ ବୁଥ ତିଆରି କରାଯାଇଛି । ଜଳପଥରେ ବୁଥକୁ ଯାଇଛନ୍ତି ପୁଲିଂ ଅଧିକାରୀ । ୧୫ ବର୍ଷ ପରେ ଯନ୍ତ୍ରୀ ପଞ୍ଚାୟତର ଲୋକ ଭୋଟ ଦେବାକୁ ଯାଉଥିବା ବେଳେ ଉତ୍ସାହିତ ଅଛନ୍ତି। କାଲି ଶେଷ ପର୍ଯ୍ୟାୟରେ ୧୩୧ଟି ଜିଲ୍ଲା ପରିଷଦ ଜୋନ ଅଧିନରେ ଆସୁଥିବା ୯୭୫ ପଞ୍ଚାୟତରେ ମତଦାନ ହେବ । ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।

Leave A Reply

Your email address will not be published.