ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

କିଭରୁ ଆସୁଥିବା ଭାରତୀୟ ଛାତ୍ରଙ୍କ ଦେହରେ ବାଜିଲା ଗୁଳି..

0

ଋଷ-ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧର ଆଜି ନବମ ଦିନ। ଏବଂ ଦୁଇ ଦେଶ ମଧ୍ୟରେ ଲଢେଇ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏବେ କି କିଛି ଭାରତୀୟ ଛାତ୍ର ୟୁକ୍ରେନ ରାଜଧାନୀ କିଭ ଓ ଖାରକିଭରେ ଫସି ରହିଛନ୍ତି। ଋଷ ସେନା ଗତ ୨୪ ଘଣ୍ଟା ରେ ଖାରକିଭ,ଚେର୍ନାହିବ,ମାରିୟୁପୋଲ, ବୋରଦୟାଙ୍କାରେ ଜୋରଦାର ବିସ୍ଫୋରଣ କରିଛନ୍ତି । ଏହି ଆକ୍ରମଣରେ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୨୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାରି ମଧ୍ୟରେ ଭାରତ ସରକାର କହିଛନ୍ତି ଯେ, କିଭରେ ଜଣେ ଭାରତୀୟ ଛାତ୍ରଙ୍କ ଦେହରେ ଗୁଳି ବାଜିଛି। ଯାହା ପରେ ତାଙ୍କୁ ପୁଣି ଥରେ କିଭ୍ ପଠାଇଦିଆଯାଇଛି ।

ୟୁକ୍ରେନର ପଡୋଶୀ ଦେଶ ପୋଲାଣ୍ଡରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରୀ ଭି,କେ.ସିଂହ କହିଛନ୍ତି ଯେ, ତାଙ୍କୁ ଖବର ମିଳିଛି କିଭ୍‌ରୁ ଆସୁଥିବା ଜଣେ ଭାରତୀୟ ଛାତ୍ରଙ୍କ ଦେହରେ ଗୁଳି ବାଜିଛି। ଏବଂ ଗୁଳି ବାଜିବା ପରେ ରାସ୍ତାରୁ ତାଙ୍କୁ ପୁଣି କିଭ୍‌ ନିଆଯାଇଛି। ଅଳ୍ପରୁ ଅଳ୍ପ କ୍ଷତି ସହିବା ସହ ଯଥାସମ୍ଭବ ପିଲାଙ୍କୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରାଯାଉଥିବା ସେ କହିଛନ୍ତି। ଭି.କେ ସିଂହ କହିଛନ୍ତି ଯେ, ୧୬୦୦, ୧୭୦୦ ପିଲାଙ୍କୁ ଏବେ ଭାରତ ପଠାଇବାକୁ ଅଛି। ଗତ ୩ ଦିନ ମଧ୍ୟରେ ୧୪୦୦ ପିଲା ପ୍ର୍ରାୟ ୭ ଟି ବିମାନରେ ସ୍ୱଦେଶ ଫେରିଛନ୍ତି। କିଛି ପିଲା ନିଜ ଉପାୟରେ ୱାର୍ସରେ ପହଞ୍ଚି ଥିଲେ ଏବଂ ସେ ନିଜ ସଂପର୍କୀୟଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ସେମାନେ ପୋଲାଣ୍ଡରେ ସୁରକ୍ଷିତ ଅଛନ୍ତି ।

ଭି.କେ ସିଂହ କହିଛନ୍ତି ଯେ, କାଲି ୫ଟି ବିମାନରେ ୮୦୦ରୁ ୯୦୦ ପିଲାଙ୍କୁ ଭାରତ ପଠାଯିବ । ପିଲାଙ୍କ ରହଣି ପାଇଁ ଏଠାରେ ଏକ ଅସ୍ଥାୟୀ କ୍ୟାମ୍ପର ବ୍ୟବସ୍ଥା କରାଯାଇଛି । ଭାରତୀୟଙ୍କୁ ସୁରକ୍ଷିତ ଭାବେ ୟୁକ୍ରେନରୁ ଆଣିବାକୁ ଅପରେସନ ଗଙ୍ଗା ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି । କେନ୍ଦ୍ରର ୪ ମନ୍ତ୍ରୀ ଏହି ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.