ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ୟୁକ୍ରେନ ରାଷ୍ଟ୍ରପତିଙ୍କୁ କଣ ଆଶ୍ବାସନା ଦେଲେ ବାଇଡେନ୍?

0

୧୧ ଦିନରେ ପହଞ୍ଚିଛି ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ। ୟୁକ୍ରେନ ଉପରେ ଋଷର ଘନଘନ ଆକ୍ରମଣ ଜାରି ରହିଛି। ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଫୋନରେ କଥାହୋଇଛନ୍ତି। ଆର୍ଥିକ ଓ ସୁରକ୍ଷାଗତ ସହାୟତା ଯୋଗାଇଦେବାକୁ ବାଇଡେନଙ୍କ ନିକଟରେ ଦାବି କରିଛନ୍ତି ଜେଲେନସ୍କି। ଏହା ସହ ଋଷିଆ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଉପରେ ମଧ୍ୟ ଆଲୋଚନା ହୋଇଛି।

ସପ୍ତାହକ ମଧ୍ୟରେ ଜେଲେନସ୍କି ଓ ବାଇଡେନଙ୍କ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ଆଲୋଚନା ହୋଇଛି। ଉଭୟଙ୍କ ମଧ୍ୟରେ ଅଧାଘଣ୍ଟା ଧରି ଆଲୋଚନା ହୋଇଥିବା ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି। ଆମେରିକା ଋଷିଆର ଭିସା, ମାଷ୍ଟରକାର୍ଡକୁ ବାତିଲ କରିବା ନିଷ୍ପତ୍ତିକୁ ଜେଲେନସ୍କି ସ୍ୱାଗତ କରିଛନ୍ତି। ୟୁକ୍ରେନର ଜାପୋରିଜିଆରେ ଥିବା ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟର ସ୍ଥିତି ନେଇ ବାଇଡେନ ଜେଲେନସ୍କିଙ୍କଠୁ ପଚାରିବୁଝିଛନ୍ତି।

ଫେବୃଆରି ୨୪ରେ ଆରମ୍ଭ ହୋଇଥିବା ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବିରୋଧ କରି ଆମେରିକା ସମେତ ବହୁ ଦେଶ ଋଷ ଉପରେ କଟକଣା ଜାରି
କରିଛନ୍ତି। ଗତ ସପ୍ତାହରେ ଆମେରିକା ୩୫୦ ମିଲିୟନ ଡଲାରର ସାମରିକ ଉପକରଣକୁ ଅନୁମତି ଦେଇଥିଲା ।ଯାହା ଆମେରିକା ଇତିହାସର ସବୁଠୁ ବଡ଼
ପ୍ୟାକେଜ।

Leave A Reply

Your email address will not be published.