ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଦିଲ୍ଲୀରେ ବଦଳିଲା ପ୍ରତିବାଦ ସ୍ଥଳ, ତାଲିକାରୁ ବାଦ୍ ପଡ଼ିଲା ଜନ୍ତରମନ୍ତର

0

ନୂଆଦିଲ୍ଲୀ: ଦିଲ୍ଲୀରେ ଧାରଣା ଓ ବିରୋଧ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନରେ ବଡ଼ ପରିବର୍ତ୍ତନ ହୋଇଛି। ଦୀର୍ଘଦିନ ଧରି ବିଭିନ୍ନ ଆନ୍ଦୋଳନର କେନ୍ଦ୍ର ପାଲଟିଥିବା ଜନ୍ତରମନ୍ତରକୁ ଏହି ତାଲିକାରୁ ବାଦ୍ ଦିଆଯାଇଛି। ଏହା ବଦଳରେ ରାମଲୀଳା ମୈଦାନ, ବୁରାରି ଗ୍ରାଉଣ୍ଡ ଓ ପୂର୍ବ ଦିଲ୍ଲୀର ସିବିଡି ଗ୍ରାଉଣ୍ଡକୁ ପ୍ରତିବାଦ ପାଇଁ ନୂଆ ସ୍ଥାନ ଭାବେ ଚିହ୍ନଟ କରାଯାଇଛି।

ଦିଲ୍ଲୀ ପୋଲିସର ଷ୍ଟାଣ୍ଡିଂ ଅର୍ଡର ଅନୁଯାୟୀ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିବାଦ ଓ ଧାରଣା ପାଇଁ ବିକଳ୍ପ ସ୍ଥାନ ଚିହ୍ନଟ କରିବାକୁ ଏକ କମିଟି ଗଠନ କରାଯାଇଥିଲା। ନାଗରିକମାନେ ଶାନ୍ତିପୂର୍ଣ୍ଣ ଭାବେ ନିଜର ମତ ରଖିବା ଓ ବିରୋଧ ପ୍ରଦର୍ଶନ କରିବା ପାଇଁ ଉପଯୁକ୍ତ ସ୍ଥାନ ନିର୍ଦ୍ଧାରଣ କରିବା ଏହି କମିଟିର ଦାୟିତ୍ୱ ଥିଲା। କମିଟିର ସୁପାରିସ ପରେ ଜନ୍ତରମନ୍ତରକୁ ତାଲିକାରୁ ହଟାଇ ତିନୋଟି ନୂଆ ସ୍ଥାନକୁ ସାମିଲ କରାଯାଇଛି। ପ୍ରଦର୍ଶନ ପାଇଁ ଅନୁମତି ଓ ନିୟମାବଳୀ ସମ୍ପର୍କରେ ପରବର୍ତ୍ତୀ ମାନକ କାର୍ଯ୍ୟପଦ୍ଧତିରେ ସବିଶେଷ ତଥ୍ୟ ଦିଆଯିବ।

ଜନ୍ତରମନ୍ତର ଦୀର୍ଘବର୍ଷ ଧରି ଦେଶର ବିଭିନ୍ନ ଆନ୍ଦୋଳନ ଓ ଜନସ୍ୱାର୍ଥ ସମ୍ପର୍କିତ ପ୍ରତିବାଦର ପ୍ରମୁଖ ସ୍ଥାନ ଭାବେ ପରିଚିତ। ୨୦୧୧ରେ ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନ ଏହାକୁ ଜାତୀୟ ସ୍ତରରେ ପରିଚିତି ଦେଇଥିଲା। ଏବେ ଏହି ସ୍ଥାନକୁ ପ୍ରତିବାଦ ସ୍ଥଳ ତାଲିକାରୁ ହଟାଯିବା ପରେ ରାଜନୈତିକ ଓ ସାମାଜିକ ଆନ୍ଦୋଳନ କେଉଁ ଦିଗକୁ ଗତି କରିବ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Leave A Reply

Your email address will not be published.