ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଆଜି ମୋଦୀ-ମୋରିସନ ଆଲୋଚନା

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ମଧ୍ୟରେ ଆଜି ବୈଠକ ବସିବ । ଦିନ ୧୨ଟା ବେଳେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଭର୍ଚୁଆଲ ମାଧ୍ୟମରେ ଦ୍ୱିପାକ୍ଷିକ ଆଲୋଚନା ହେବ । ବୈଠକରେ ଦୁଇ ପ୍ରଧାନମନ୍ତ୍ରୀ ୟୁକ୍ରେନର ସ୍ଥିତି ଓ ପାରସ୍ପାରିକ ବାଣିଜ୍ୟ ସମ୍ପର୍କ ବିଷୟରେ ବିସ୍ତୁତ ଭାବେ ଆଲୋଚନା କରିବେ ।

ସୂଚନା ଯୋଗ୍ୟ ଯେ, ଗତ ସପ୍ତାହରେ ମୋରିସନ ଏକ ବିବୃତ୍ତି ଜାରି କରି କହିଛନ୍ତି, ଶିଖର ସମ୍ମିଳନୀରେ ଦ୍ୱିପାକ୍ଷିକ ବାଣିଜ୍ୟ ଓ ପୁଞ୍ଜି ବିନିଯୋଗ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ନୂଆ ଅର୍ଥନୈତିକ ସଯୋଗ ଅନ୍ୱେଷଣ ଦିଗରେ ମଧ୍ୟ ଆଲୋଚନା କରାଯିବ । ସେ କହିଥିଲେ ଯେ, ୟୁକ୍ରେନର ସାମ୍ପ୍ରତିକ ପରିସ୍ଥିତି ଓ ଭାରତ-ପ୍ରଶାନ୍ତ ମହାସାଗରୀୟ ଓ ମିଆଁମାର ଉପରେ ଏହାର ପ୍ରଭାବ ସମେତ ଆଞ୍ଚଳିକ ଓ ବହୁପକ୍ଷୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ।ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଦୃଢ ସମ୍ପର୍କ ପାରସ୍ପାରିକ ବୁଝାମଣା ଓ ବିଶ୍ୱାସ ଉପରେ ଆଧାରିତ । ଏବଂ ଭାରତ- ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଉଭୟ ପକ୍ଷର ଏକ ସାଧାରଣ ମତ ରହିଛି । ଏଥି ସହିତ ଉଭୟ ଦେଶ ଚଳିତ ମାସ ଶେଷ ସୁଦ୍ଧା ଏକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ମିଳିଥିବା ସୂଚାନ ଅନୁଯାୟୀ, ଆଜି ମୋଦୀଙ୍କ ସହ ଭର୍ଚୁଆଲ ବୈଠକରେ ମୋରିସନ ୧୫୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ୟାକେଜ ଘୋଷଣା କରିପାରନ୍ତି।

Leave A Reply

Your email address will not be published.