ଏପ୍ରିଲରୁ ବଢିବ ଔଷଧର ଦାମ । ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପରେ ଔଷଧର ଦାମ ବଢିବ । ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୮୦୦ରୁ ଅଧିକ ଔଷଧ ମହଙ୍ଗା ହେବ । ଭାରତୀୟ ଜାତୀୟ ଫାର୍ମାସ୍ୟୁଟିକାଲ ମୂଲ୍ୟ ପ୍ରାଧିକରଣ ଶୁକ୍ରବାର ଦିନ ୨୦୨୦ରେ ଅନୁରୂପ ଅବଧିରେ ବର୍ଷ ୨୦୨୧ ପାଇଁ ହୋଲସେଲ୍ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ)ରେ ୧୦.୭ ପ୍ରତିଶତ ପରିବର୍ତ୍ତନ ଘୋଷଣା କରିଛି । ଦେଶରେ କୋଭିଡ଼ ମହାମାରୀ ସ୍ଥିତି ସୁଧୁରୁଥିବା ବେଳେ ଜରୁରୀ ମେଡିସିନ ପାରାସିଟାମଲର ମୂଲ୍ୟ ବଢାଇବାକୁ ଯାଉଛନ୍ତି ସରକାର । ପାଖାପାଖି ଏହି ଔଷଧର ଦାମ ୧୦% ବଢିବ ବୋଲି ଜଣାପଡିଛି । ସାଧାରଣ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିବା ଏହି ଔଷଧ ଗୁଡିକର ମୂଲ୍ୟ ପ୍ରାୟ ୧ରୁ ୧୦.୭ ପ୍ରତିଶତ ବଢିବ । ଏବେ ଜ୍ୱର,ସଂକ୍ରମଣ,ହୃଦରୋଗ, ଉଚ୍ଚ ରକ୍ତଚାପ, ଚର୍ମ ରୋଗ ଓ ରକ୍ତହୀନତାର ଚିକିତ୍ସା ପାଇଁ ବ୍ୟବହୃତ ଔଷଧର ମୂଲ୍ୟ ବୃଦ୍ଧି ପାଇବ ।ଏଥିରେ ପାରାସିଟାମଲ,ଫେନୋବାର୍ବିଟୋନ, ଫେନିଟୋଇନ ସୋଡିୟମ, ଆଜିଥ୍ରୋମାଇସିନ,ସିପ୍ରୋଫଲୋକ୍ସାସିନ ହାଇଡ୍ରୋକ୍ଲୋରାଇଡ଼ ଓ ମେଟ୍ରାନିଡ଼ାଜୋଲ ଭଳି ଔଷଧ ଅନ୍ତର୍ଭୁକ୍ତ ।
ପ୍ରମୁଖ ଖବର
ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ