ଏପ୍ରିଲରୁ ବଢିବ ଔଷଧର ଦାମ । ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପରେ ଔଷଧର ଦାମ ବଢିବ । ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୮୦୦ରୁ ଅଧିକ ଔଷଧ ମହଙ୍ଗା ହେବ । ଭାରତୀୟ ଜାତୀୟ ଫାର୍ମାସ୍ୟୁଟିକାଲ ମୂଲ୍ୟ ପ୍ରାଧିକରଣ ଶୁକ୍ରବାର ଦିନ ୨୦୨୦ରେ ଅନୁରୂପ ଅବଧିରେ ବର୍ଷ ୨୦୨୧ ପାଇଁ ହୋଲସେଲ୍ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ)ରେ ୧୦.୭ ପ୍ରତିଶତ ପରିବର୍ତ୍ତନ ଘୋଷଣା କରିଛି । ଦେଶରେ କୋଭିଡ଼ ମହାମାରୀ ସ୍ଥିତି ସୁଧୁରୁଥିବା ବେଳେ ଜରୁରୀ ମେଡିସିନ ପାରାସିଟାମଲର ମୂଲ୍ୟ ବଢାଇବାକୁ ଯାଉଛନ୍ତି ସରକାର । ପାଖାପାଖି ଏହି ଔଷଧର ଦାମ ୧୦% ବଢିବ ବୋଲି ଜଣାପଡିଛି । ସାଧାରଣ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିବା ଏହି ଔଷଧ ଗୁଡିକର ମୂଲ୍ୟ ପ୍ରାୟ ୧ରୁ ୧୦.୭ ପ୍ରତିଶତ ବଢିବ । ଏବେ ଜ୍ୱର,ସଂକ୍ରମଣ,ହୃଦରୋଗ, ଉଚ୍ଚ ରକ୍ତଚାପ, ଚର୍ମ ରୋଗ ଓ ରକ୍ତହୀନତାର ଚିକିତ୍ସା ପାଇଁ ବ୍ୟବହୃତ ଔଷଧର ମୂଲ୍ୟ ବୃଦ୍ଧି ପାଇବ ।ଏଥିରେ ପାରାସିଟାମଲ,ଫେନୋବାର୍ବିଟୋନ, ଫେନିଟୋଇନ ସୋଡିୟମ, ଆଜିଥ୍ରୋମାଇସିନ,ସିପ୍ରୋଫଲୋକ୍ସାସିନ ହାଇଡ୍ରୋକ୍ଲୋରାଇଡ଼ ଓ ମେଟ୍ରାନିଡ଼ାଜୋଲ ଭଳି ଔଷଧ ଅନ୍ତର୍ଭୁକ୍ତ ।
ପ୍ରମୁଖ ଖବର
ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ