ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ମେୟର ପଦ ହାତେଇଲା ବିଜେଡି, ସଂଘମିତ୍ରା ଦଳେଇ ବିଜୟୀ

0

ବ୍ରହ୍ମପୁର ମେୟର ପଦ ଅକ୍ତିଆର କଲା ବିଜେଡି । ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି । ବହୁ ଭୋଟ ବ୍ୟବଧାନରେ ସେ ବାଜିମାତ୍ କରିଛନ୍ତି । ୨୦ ହଜାର ୨୩୬ ଭୋଟ ବ୍ୟବଧାନରେ ସେ ଜିତିଛନ୍ତି। ବିଜେପିର ସବିତା ସୁଆର ଓ କଂଗ୍ରେସର ମଞ୍ଜୁ ରଥଙ୍କୁ ବହୁ ପଛରେ ପକାଇ ସଂଘମିତ୍ରା ଦଳେଇ ମେୟର ପଦ ହାତେଇବାରେ ସକ୍ଷମ ହୋଇଛନ୍ତି ।

ବିଜୟୀ ପରେ ସଂଘମିତ୍ରା ଦଳେଇ ସଫଳତାର ଶ୍ରେୟ ମୁଖ୍ୟମନ୍ତ୍ରୀ ଓ ବିଜେଡିକୁ ଦେଇଛନ୍ତି । ବ୍ରହ୍ମପୁରରେ ଉନ୍ନତିମୂଳକ କାର୍ଯ୍ୟ କରାଯିବ । ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ତୃଣମୂଳ ସ୍ତରରେ ସମସ୍ୟା ସମାଧାନ ପାଇଁ ପ୍ରାଧାନ୍ୟ ଦିଆଯିବ ବୋଲି ସଂଘମିତ୍ରା ଦଳେଇ କହିଛନ୍ତି । ମହାନଗମ ନିଗମ ବାସିନ୍ଦା ତାଙ୍କୁ ନିର୍ବାଚିତ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

୨୦୦୩ ମସିହାରେ ସଂଘମିତ୍ରା ଦଳେଇ କଂଗ୍ରେସ ଟିକେଟରେ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ ପୁଣି ୨୦୦୮ରେ ବି କଂଗ୍ରେସ ଟିକେଟରେ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ତେବେ ୨୦୧୧ରେ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ୨୦୧୩ରେ ସେ ବିଜେଡି ଟିକେଟରେ ଜିତି ସେ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.