ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ଯନ୍ତ୍ରୀ

0

ପୁଣି ଜଣେ ଯନ୍ତ୍ରୀଙ୍କ ଘରେ ପଶିଛି ଭିଜିଲାନ୍ସ । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ତ୍ତିକେଶ୍ବର ରାଉଳଙ୍କ ଘର ଓ ଅଫିସ ସମେତ ଏକକାଳୀନ ୬ଟି ଜାଗାରେ ରେଡ଼୍ ଚାଲିଛି । ଭଞ୍ଜନଗର ସ୍ଥିତ ଅଫିସ, କ୍ୱାଟର୍ସ, ଖଲ୍ଲିକୋଟ ଲଙ୍ଗଳେଶ୍ୱରରେ ଥିବା ପୈତୃକ ଘରେ ରେଡ଼ ଚାଲିଛି । ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଆପର୍ଟମେଂଟ, ଜାଗମରାରେ ଥିବା ୩ ମହଲା ବିଲ୍ଡିଂ, କସମୋପଲିସ ରେସିଡେନ୍ସ ରେ ଥିବା ଫ୍ଲାଟରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ଚଢାଉରେ ୫ ଜଣ ଡିଏସପି ,୧୧ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି । ଚଢାଉ ସମୟରେ ବହୁ ପରିମାଣର ନଗଦ ଟଙ୍କା ଓ ବ୍ୟାଙ୍କ ପାସବୁକ ଜବତ ହୋଇଥିବା ଜଣାପଡିଛି । ବାବୁ ଜଣକ ଏତେ ଟଙ୍କା କେଉଁଠୁ ଆଣିଲେ ସେ ନେଇ ଭିଜିଲାନ୍ସ ଖୋଳତାଡ଼ କରୁଛି ।

Leave A Reply

Your email address will not be published.