ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ଯନ୍ତ୍ରୀ

0

ପୁଣି ଜଣେ ଯନ୍ତ୍ରୀଙ୍କ ଘରେ ପଶିଛି ଭିଜିଲାନ୍ସ । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ତ୍ତିକେଶ୍ବର ରାଉଳଙ୍କ ଘର ଓ ଅଫିସ ସମେତ ଏକକାଳୀନ ୬ଟି ଜାଗାରେ ରେଡ଼୍ ଚାଲିଛି । ଭଞ୍ଜନଗର ସ୍ଥିତ ଅଫିସ, କ୍ୱାଟର୍ସ, ଖଲ୍ଲିକୋଟ ଲଙ୍ଗଳେଶ୍ୱରରେ ଥିବା ପୈତୃକ ଘରେ ରେଡ଼ ଚାଲିଛି । ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଆପର୍ଟମେଂଟ, ଜାଗମରାରେ ଥିବା ୩ ମହଲା ବିଲ୍ଡିଂ, କସମୋପଲିସ ରେସିଡେନ୍ସ ରେ ଥିବା ଫ୍ଲାଟରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ଚଢାଉରେ ୫ ଜଣ ଡିଏସପି ,୧୧ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି । ଚଢାଉ ସମୟରେ ବହୁ ପରିମାଣର ନଗଦ ଟଙ୍କା ଓ ବ୍ୟାଙ୍କ ପାସବୁକ ଜବତ ହୋଇଥିବା ଜଣାପଡିଛି । ବାବୁ ଜଣକ ଏତେ ଟଙ୍କା କେଉଁଠୁ ଆଣିଲେ ସେ ନେଇ ଭିଜିଲାନ୍ସ ଖୋଳତାଡ଼ କରୁଛି ।

Leave A Reply

Your email address will not be published.