ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିଥିବା ଅଭିଯୁକ୍ତ ଗିରଫ

0

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାର ପର୍ଦ୍ଦାଫାସ । ଅଭିଯୁକ୍ତକୁ ଗିରଫ କଲା ପୁଲିସ । ଖୋର୍ଦ୍ଧାରୁ ଅଭିଯୁକ୍ତ ଜେ.ମହାପାତ୍ରକୁ ଗିରଫ କରାଯାଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି । ଭଲ ଲାଗିଲାନି ବୋଲି ଚୁଲି ଭାଙ୍ଗିଦେଇଥିବା ଅଭିଯୁକ୍ତ କହିଥିବା ଏସପି କହିଛନ୍ତି । ଦରକାର ପଡିଲେ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବୁ ବୋଲି ଏସପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି ।

ଏସପିଙ୍କ ସୂଚନା ଅନୁସାରେ, ୩୦ ବର୍ଷୀୟ ଜେ.ମହାପାତ୍ର ମନ୍ଦିର ଦର୍ଶନ କରିଥିଲେ । ମନ୍ଦିର ବୁଲିବା ପରେ ଭଲ ନଲାଗିବାରୁ ଚୁଲି ଭାଙ୍ଗିଥିବା ଅଭିଯୁକ୍ତ ପୁଲିସ ଆଗରେ କହିଛି । ତେବେ ଯୁବକ ଜଣକ ମୋବାଇଲ ବ୍ୟବବହାର କରୁନଥିଲେ । ତେଣୁ ତାଙ୍କୁ ଧରିବା ପୁଲିସ ପକ୍ଷେ କଷ୍ଟକର ହୋଇଥିଲା । ରେଲୱେ ଷ୍ଟେସନରୁ ଅଭିଯୁକ୍ତ ସମ୍ପର୍କରେ ତଥ୍ୟ ମିଳିଥିଲା । ଖୋର୍ଦ୍ଧାରୁ ଅଭିଯୁକ୍ତ ଜେ.ମହାପାତ୍ରକୁ ଗତକାଲି ଗିରଫ କରାଯାଇଛି । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବ ।

ଗତ ୨ ତାରିଖ ଦିନ ପୂର୍ବରୁ ଏହି ଅଭାବନୀୟ ଘଟଣା ଘଟିଥିଲା । ବିଳମ୍ବିତ ରାତିରେ ମହାଲକ୍ଷ୍ମୀଙ୍କ ରୋଷଘରେ ପଶି ପ୍ରାୟ ୪୩ ଚୁଲି ଭାଙ୍ଗିଥିଲା ଅଭିଯୁକ୍ତ । ଘଟଣା ଜଣାପଡିବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା । କେଉଁ ଉଦ୍ଦେଶ୍ୟରେ କିଏ ରୋଷଘର ଚୁଲି ଭାଙ୍ଗିଲା ସେ ନେଇ ଛାନଭିନ ହୋଇଥିଲା । ସିସିଟିଭି ଫୁଟେଜରୁ ସନ୍ଦିଗ୍ଧ ଚିହ୍ନଟ ପରେ ପୁଲିସ ଗତକାଲି ଯୁବକକୁ ଗିରଫ କରିଛି ।

Leave A Reply

Your email address will not be published.