ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଭାରତରେ ପାଦଦେଲା କରୋନାର ନୂଆ ଏକ୍ସଇ ଭ୍ୟାରିଆଣ୍ଟ

0

ପୁଣି ଚିନ୍ତା ବଢାଇଲା କରୋନା । କରୋନାର ନୂଆ ଭ୍ୟାରିଆଣ୍ଟ ଏକ୍ସଇ ଓ କପ୍ପାର ଗୋଟିଏ ଗୋଟିଏ ମାମଲା ମୁମ୍ବାଇରୁ ଚିହ୍ନଟ ହୋଇଛି । ଦେଶରେ ଏକ୍ସଇ ଭ୍ୟାରିଆଣ୍ଟ ର ଏହା ପ୍ରଥମ ମାମଲା । ଏହି ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ପରେ ପୁଣି ମନରେ ଭୟ ଫେରିଛି । ମୋଟ ୩୭୬ଟି ନମୂନା ଜିନୋମ ସିକ୍ୱନ୍ସିଂ ପାଇଁ ପଠାଯାଇଥିଲା । ଯେଉଁଥିରେ ୨୩୦ର ନମୂନା ମୁମ୍ବାଇର ଥିଲା । ୨୩୦ ରୁ ୨୨୮ ଓମିକ୍ରନ ସଂକ୍ରମିତ । ଏହା ସହିତ ସେଥରୁ ଜଣେ ଏକ୍ସଇ ଓ ଜଣେ କପ୍ପା ଭ୍ୟାରିଆଣ୍ଟ ରେ ସଂକ୍ରମିତ ହୋଇଥିବା ଜଣାପଡିଛି । କରୋନାର ଏହି ନୂଆ ଭ୍ୟାରିଆଣ୍ଟ ଏକ୍ସଇ ଓମିକ୍ରନର ସବ ଭ୍ୟାରିଆଣ୍ଟ ବିଏ.୨ରୁ ୧୦ ପ୍ରତିଶତ ଅଧିକ ସଂକ୍ରମିତ । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଚିନ୍ତା ବ୍ୟକ୍ତ କରିସାରିଛି । ଏହି ଭ୍ୟାରିଆଣ୍ଟ ପ୍ରଥମେ ଜାନୁଆରୀ ୧୯ ତାରିଖରେ ୟୁକେରେ ଚିହ୍ନଟ ହୋଇଥିଲା । ଏହା ପରେ ଏବେ ଏହି ଏକ୍ସ ଭ୍ୟାରିଆଣ୍ଟ ରେ ବିଶ୍ୱରେ ମୋଟ ୬୦୦ ଜଣ ସଂକ୍ରମିତ ହୋଇସାରିଲେଣି ।

Leave A Reply

Your email address will not be published.