ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଚିନ୍ତା ବଢ଼ାଇଲାଣି ଚୀନ୍, ସୀମାରେ ଯୁଦ୍ଧାସ୍ତ୍ର ରଖୁଛି କାହିକି?

0

ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ଧରୁନି। ଏପଟେ ନେପାଳ ଏବଂ ତିଦ୍ଦତ ସୀମାରେ ଉତ୍ତେଜନା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗଟି ଏବେ ବିଶ୍ବ ସମୁଦାୟକୁ ଆତଙ୍କିତ କଲାଣି। କାରଣ ଚୀନ ଉଭୟ ସୈନ୍ୟ ଓ ଯୁଦ୍ଧାସ୍ତ୍ର ଠୁଳ କରୁଛି। ଚୀନ୍ ପିଏଲ୍ଏ ବା ପିପୁଲ୍ସ ଲିବରେସନ୍ ଆର୍ମି ସୀମାରେ ସମରାଭ୍ୟାସ ଆରମ୍ଭ କରିଛନ୍ତି ଓ ଲଢୁଆ ବୀମା ପଇଁତରା ମାରୁଛି। ଚୀନ୍ ନିଜ ଦେଶର ଡାକ୍ତରଖାନାକୁ ପ୍ରସ୍ତୁତ କରିବା ସହିତ ବଙ୍କର ନିର୍ମାଣ କୌଶଳ ପ୍ରଦର୍ଶନ କରିବା ଭାରତ ପାଇଁ ମଧ୍ୟ ଚିନ୍ତା ବଢ଼ାଇଛି।

ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ସୀମାରେ ଭାରତ ମଧ୍ୟ ଅଧିକ ସୈନ୍ୟ ଓ ଯୁଦ୍ଧାସ୍ତ୍ର ରଖିବା ଆରମ୍ଭ କରିଛି। ଉଭୟ ଦେଶ ମଧ୍ୟରେ ଏକାଧିକ ଥର ଆଲୋଚନା ବିଫଳ ହୋଇସାରିଛି। ଏଣୁ ଏଠାରେ ଯୁଦ୍ଧ ପରିସ୍ଥିତି ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ନିକଟରେ ନେପାଳ ପ୍ରଧାନମନ୍ତ୍ରୀ ଭାରତ ଆସି ସଂପର୍କ ମଜବୁତ କରିବାକୁ ଚେଷ୍ଟା କରିବା ସହ ଦ୍ବିପାକ୍ଷିକ ରେଳ ପ୍ରକଳ୍ପ ସଂପର୍କରେ ଆଲୋଚନା କରିଥିଲେ।

Leave A Reply

Your email address will not be published.