ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଚିନ୍ତା ବଢ଼ାଇଲାଣି ଚୀନ୍, ସୀମାରେ ଯୁଦ୍ଧାସ୍ତ୍ର ରଖୁଛି କାହିକି?

0

ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ଧରୁନି। ଏପଟେ ନେପାଳ ଏବଂ ତିଦ୍ଦତ ସୀମାରେ ଉତ୍ତେଜନା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗଟି ଏବେ ବିଶ୍ବ ସମୁଦାୟକୁ ଆତଙ୍କିତ କଲାଣି। କାରଣ ଚୀନ ଉଭୟ ସୈନ୍ୟ ଓ ଯୁଦ୍ଧାସ୍ତ୍ର ଠୁଳ କରୁଛି। ଚୀନ୍ ପିଏଲ୍ଏ ବା ପିପୁଲ୍ସ ଲିବରେସନ୍ ଆର୍ମି ସୀମାରେ ସମରାଭ୍ୟାସ ଆରମ୍ଭ କରିଛନ୍ତି ଓ ଲଢୁଆ ବୀମା ପଇଁତରା ମାରୁଛି। ଚୀନ୍ ନିଜ ଦେଶର ଡାକ୍ତରଖାନାକୁ ପ୍ରସ୍ତୁତ କରିବା ସହିତ ବଙ୍କର ନିର୍ମାଣ କୌଶଳ ପ୍ରଦର୍ଶନ କରିବା ଭାରତ ପାଇଁ ମଧ୍ୟ ଚିନ୍ତା ବଢ଼ାଇଛି।

ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ସୀମାରେ ଭାରତ ମଧ୍ୟ ଅଧିକ ସୈନ୍ୟ ଓ ଯୁଦ୍ଧାସ୍ତ୍ର ରଖିବା ଆରମ୍ଭ କରିଛି। ଉଭୟ ଦେଶ ମଧ୍ୟରେ ଏକାଧିକ ଥର ଆଲୋଚନା ବିଫଳ ହୋଇସାରିଛି। ଏଣୁ ଏଠାରେ ଯୁଦ୍ଧ ପରିସ୍ଥିତି ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ନିକଟରେ ନେପାଳ ପ୍ରଧାନମନ୍ତ୍ରୀ ଭାରତ ଆସି ସଂପର୍କ ମଜବୁତ କରିବାକୁ ଚେଷ୍ଟା କରିବା ସହ ଦ୍ବିପାକ୍ଷିକ ରେଳ ପ୍ରକଳ୍ପ ସଂପର୍କରେ ଆଲୋଚନା କରିଥିଲେ।

Leave A Reply

Your email address will not be published.