ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ବିଏମସିକୁ ଟାର୍ଗେଟ କଲେ ଅପରାଜିତା

0

ଭୁବନେଶ୍ୱର ଝାରପଡା ଗଣେଶ ମଣ୍ଡପ ହାଟ ଉଚ୍ଛେଦ ପରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟିବା ପରେ ସେ ବିଏମସିକୁ ଟାର୍ଗେଟ କରିଛନ୍ତି । କହିଛନ୍ତି ବିକାଶ ନୁହେଁ ବିନାଶରୁ ନୁଆ ଇନିଂସ ଆରମ୍ଭ କରୁଛି ବିଏମସିର ମହାନଗର ନିଗମ । ସକରାତ୍ମକ ମନୋବୃତ୍ତି ଛାଡି ନକରାତ୍ମକ ଚିନ୍ତାଧାରା ଆପଣାଉଛି ।

ଅପରାଜିତା ଗଣମାଧ୍ୟମ ଆଗରେ କହିଛନ୍ତି, ଯେ ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ କରିବା କଥା । କିନ୍ତୁ ବ୍ୟବସାୟୀଙ୍କୁ ଥଇଥାନ ନକରି ଉଚ୍ଛେଦ କରାଯାଇଛି । କିନ୍ତୁ ରାତାରାତି ୪୩୦ ଲୋକଙ୍କୁ ବାସଚ୍ୟୁତ କରାଗଲା । ସେମାନେ ଜୀବିକା ହରାଇଲେ । ସେ ଏନେଇ ବିଏମସିକୁ ଚିଠି ଲେଖିବେ । ବ୍ୟବସାୟ କରିବା ପାଇଁ କ୍ଷତିଗ୍ରସ୍ତଙ୍କୁ ଜାଗା ଦେବାକୁ ସେ ଦାବି କରିବେ ବୋଲି କହିଛନ୍ତି ।

ସେ କହିଛନ୍ତି, ଭୁବନେଶ୍ୱର ବିକାଶ ହେଉ, ସୁନ୍ଦର ଦେଖାଯାଉ ଏହା ସମସ୍ତଙ୍କ ଦାୟିତ୍ୱ । କିନ୍ତୁ ବିକାଶ ,ସୌନ୍ଦର୍ଯ୍ୟକରଣ କଥା ଉଠିଲେ ଲୋକଙ୍କ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା କଥା । ହେଲେ ଏହି ହାଟ ଉଚ୍ଚେଦ ହେବା ପରେ ବହୁ ଲୋକ ସେମାନଙ୍କର ଜୀବିକା ହରାଇଛନ୍ତି । ଝାରପଡା ହାଟ ମାର୍କେଟ ବିଲ୍ଡିଂ ହେଲେ ସେମାନଙ୍କୁ ପ୍ରଥମେ ଥଇଥାନ କରିବା ଆବଶ୍ୟକ । ଆସନ୍ତା ୭ ଦିନ ଭିତରୁ ବ୍ୟବସାୟୀଙ୍କୁ ବିକଳ୍ପ ଜାଗା ଦିଆଯାଉ ବୋଲି ଅପରାଜିତା ଦାବି କରିଛନ୍ତି ।

Leave A Reply

Your email address will not be published.