ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବିଏମସିକୁ ଟାର୍ଗେଟ କଲେ ଅପରାଜିତା

0

ଭୁବନେଶ୍ୱର ଝାରପଡା ଗଣେଶ ମଣ୍ଡପ ହାଟ ଉଚ୍ଛେଦ ପରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟିବା ପରେ ସେ ବିଏମସିକୁ ଟାର୍ଗେଟ କରିଛନ୍ତି । କହିଛନ୍ତି ବିକାଶ ନୁହେଁ ବିନାଶରୁ ନୁଆ ଇନିଂସ ଆରମ୍ଭ କରୁଛି ବିଏମସିର ମହାନଗର ନିଗମ । ସକରାତ୍ମକ ମନୋବୃତ୍ତି ଛାଡି ନକରାତ୍ମକ ଚିନ୍ତାଧାରା ଆପଣାଉଛି ।

ଅପରାଜିତା ଗଣମାଧ୍ୟମ ଆଗରେ କହିଛନ୍ତି, ଯେ ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ କରିବା କଥା । କିନ୍ତୁ ବ୍ୟବସାୟୀଙ୍କୁ ଥଇଥାନ ନକରି ଉଚ୍ଛେଦ କରାଯାଇଛି । କିନ୍ତୁ ରାତାରାତି ୪୩୦ ଲୋକଙ୍କୁ ବାସଚ୍ୟୁତ କରାଗଲା । ସେମାନେ ଜୀବିକା ହରାଇଲେ । ସେ ଏନେଇ ବିଏମସିକୁ ଚିଠି ଲେଖିବେ । ବ୍ୟବସାୟ କରିବା ପାଇଁ କ୍ଷତିଗ୍ରସ୍ତଙ୍କୁ ଜାଗା ଦେବାକୁ ସେ ଦାବି କରିବେ ବୋଲି କହିଛନ୍ତି ।

ସେ କହିଛନ୍ତି, ଭୁବନେଶ୍ୱର ବିକାଶ ହେଉ, ସୁନ୍ଦର ଦେଖାଯାଉ ଏହା ସମସ୍ତଙ୍କ ଦାୟିତ୍ୱ । କିନ୍ତୁ ବିକାଶ ,ସୌନ୍ଦର୍ଯ୍ୟକରଣ କଥା ଉଠିଲେ ଲୋକଙ୍କ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା କଥା । ହେଲେ ଏହି ହାଟ ଉଚ୍ଚେଦ ହେବା ପରେ ବହୁ ଲୋକ ସେମାନଙ୍କର ଜୀବିକା ହରାଇଛନ୍ତି । ଝାରପଡା ହାଟ ମାର୍କେଟ ବିଲ୍ଡିଂ ହେଲେ ସେମାନଙ୍କୁ ପ୍ରଥମେ ଥଇଥାନ କରିବା ଆବଶ୍ୟକ । ଆସନ୍ତା ୭ ଦିନ ଭିତରୁ ବ୍ୟବସାୟୀଙ୍କୁ ବିକଳ୍ପ ଜାଗା ଦିଆଯାଉ ବୋଲି ଅପରାଜିତା ଦାବି କରିଛନ୍ତି ।

Leave A Reply

Your email address will not be published.