ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

‘କେଜିଏଫ୍‌-୨’ ପାଇଁ ରାତି ଅନିଦ୍ରା

0

ଭୁବନେଶ୍ବର: ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ କେଜିଏଫ-୨। ସବୁଆଡେ ଏହାର କ୍ରେଜ ଦେଖିବାକୁ ମିଳିଛି। ତେବେ କେଜିଏଫ ପାଇଁ ରାତି ସାରା ଖୋଲା ରହିଲା ସିନେମା ହଲ। ଭୁବନେଶ୍ୱର ମହାରାଜା ସିନେମା ହଲରେ ଏହି ଫିଲ୍ମ ୨୪ ଘଣ୍ଟା ଚାଲିବ। ପ୍ରଥମ ଥର ପାଇଁ ରାଜ୍ୟରେ କୌଣସି ଫିଲ୍ମ ରାତି ୨ଟା ୫୦ରୁ ସୋ ଆରମ୍ଭ ହୋଇଛି। ପ୍ରାୟ ସପ୍ତାହେ ଯାଏଁ ବି ଏହି ଫିଲ୍ମର ଟିକେଟ ବୁକିଂ ଶେଷ ହୋଇଛି। ମହାରାଜା ସିନେମା ହଲରେ ୭ଟି ସୋ ହେବ।

ରାଜ୍ୟର ବିଭିନ୍ନ ମଲ୍ଟିପ୍ଲେକ୍ସରେ ବି ସିନେମା ରିଲିଜ ହୋଇଛି। ସିନେମାଟି ବିଶ୍ୱର ୧୦ ହଜାର ହଲ୍ ମୁକ୍ତିଲାଭ କରିଛି । ରାଜ୍ୟରେ ୭୦ଟି ସିଙ୍ଗଲ ଓ ମଲ୍ଟି ସ୍କ୍ରିନରେ ମୁକ୍ତିଲାଭ କରିଛି। ୨୦୧୮ର ଆକ୍ସନ ଫିଲ୍ମ କେଜିଏଫର ଏହା ହେଉଛି ସ୍ୱିକେଲ । ଫିଲ୍ମଟି ହିନ୍ଦୀ, ତାମିଲ, ତେଲଗୁ ,ମାଲାୟାଲାମ ଭାଷାରେ ରିଲିଜ ହୋଇଛି। ଫିଲ୍ମର ହିନ୍ଦୀ ସଂସ୍କରଣ ପାଇଁ କେବଳ।

କେଜିଏଫ-୨ର ଖଳନାୟକ ଭୂମିକାରେ ନଜର ଆସିଛନ୍ତି ସଂଜୟ ଦତ୍ତ। ସେହିଭଳି ରବିନା ଟଣ୍ଡନ ପ୍ରଧାନମନ୍ତ୍ରୀ ଭାବେ ନଜର ଆସିଛନ୍ତି। ଏହା ସହ ୟଶ ଓ ଶ୍ରୀନିଧି ସେଟ୍ଟୀଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ ।

Leave A Reply

Your email address will not be published.