ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଋଷକୁ ବଡ଼ ଝଟକା, ବିସ୍ଫୋରଣରେ ଯୁଦ୍ଧ ଜାହାଜ ଧ୍ୱଂସ

0

ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଋଷ ବଡ଼ ଝଟକା ଲାଗିଛି। କୁହାଯାଉଛି, ବ୍ଲାକ ସିରେ ଋଷର ଏକ ମିସାଇଲ କ୍ରୁଜ ଧ୍ୱଂସ ହୋଇାଇଛି। ଏହା ପରେ ମିସାଇଲ କ୍ରୁଜର ମୋସ୍କାଭାର କ୍ରୁ ମେମ୍ବର୍ସଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଉଛି ଯେ, ଯୁଦ୍ଧପୋତରେ ନିଆଁ ଲାଗିବା କାରଣରୁ ଏହି ବିସ୍ଫୋରଣ ହୋଇଛି। କିନ୍ତୁ ଏଯାଏଁ ଅଗ୍ନିକାଣ୍ଡର କାରଣ ଜଣାପଡିନି। ୧୯୭୯ରେ ଏହି ମିସାଇଲ ଲଞ୍ଚ ହୋଇଥିଲା। ଏଥିରେ ୧୬ଟି ଆଣ୍ଟିସିପ୍‌ ମିସାଇଲ, ବହୁ ଏୟାର ଡିଫେନନ୍ସ ମିସାଇଲ ଓ ବନ୍ଧୁକ ଥିଲା। ସେପଟେ ୟୁକ୍ରେନ ଅଧିକାରୀ ବୁଧବାର ସନ୍ଧ୍ୟାରେ ଦାବି କରିଛନ୍ତି ଯେ, ଓଡେଶାରେ ଥିବା ସେମାନଙ୍କ ଆଣ୍ଟି ସିପ୍ ମିସାଇଲ ମୋସ୍କାଭାରେ ଦୁଇ ଥର ମାଡ଼ ହୋଇଥିଲା। ଓଡେଶା ପ୍ରଶାସନ ପକ୍ଷରୁ ମଧ୍ୟ ଏହା ଦାବି କରାଯାଇଛି।ତେବେ ୟୁକ୍ରେନ ଅଧିକାରୀ ନିଜ ଦାବିକୁ ନେଇ କୌଣସି ପ୍ରମାଣ ଦେଇନାହାନ୍ତି।

ୟୁକ୍ରେନ ଉପରେ ଋଷ ଫେବୃଆରୀରେ ଆକ୍ରମଣ କରିଥିଲା। ଋଷ ଆକ୍ରମଣରେ କିଭ୍ ,ମାରୟୁପୋଲ, ଖାରକିଭ୍‌,ପରି ଅନେକ ସହର ପୁରା ଧ୍ୱଂସବିଧ୍ୱସ୍ତ ହୋଇଯାଇଛି।। ଋଷ ସେନାଙ୍କୁ ମଧ୍ୟ ଲଗାତର ଜବାବ ଦେଉଥିବା ୟୁକ୍ରେନ ଦାବି କରିଛି। ଜବାବ ଆକ୍ରମଣରେ ଋଷର ୧୫ ହଜାରରୁ ଅଧିକ ସେନାଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ କହିଛି ।

Leave A Reply

Your email address will not be published.