ପ୍ରମୁଖ ଖବର

ଶିଶୁ ଫର୍ମୁଲା ଫୁଡ୍‌କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍‌ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍‌ଟି ସୁପରିନଟେଣ୍ଡଣ୍ଟ

ମୁମ୍ବାଇ ଇଣ୍ଡିଆନ୍ସରେ ଅର୍ଜୁନ ତେନ୍ଦୁଲକରଙ୍କୁ ମିଳିପାରେ ସୁଯୋଗ

0


ଆଇପିଏଲରେ ଲଗାତର ଭାବେ ଖରାପ ପ୍ରଦର୍ଶନ କରୁଛି ମୁମ୍ବାଇ ଇଣ୍ଡିଆନ୍ସ । ଏପର୍ଯ୍ୟନ୍ତ ୫ ଥରର ଚାମ୍ପିଅନ ମୁମ୍ବାଇ ଗୋଟିଏ ହେଲେ ମ୍ୟାଚ୍ ଜିତିପାରି ନାହିଁ। କ୍ରମାଗତ ୫ମ ପରାଜୟ ପରେ ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି ମୁମ୍ବାଇ । ଏପଟେ ଦଳର ପ୍ରଦର୍ଶନକୁ ନେଇ ଚାରିଆଡୁ ପ୍ରଶ୍ନ ଉଠିବାରୁ ଟେନସନରେ ରୋହିତ ଶର୍ମା । ଏବେ ମୁମ୍ବାଇ ଟିମ୍‌ରେ ସବୁ ଟପ୍ ଖେଳାଳି ଫେଲ୍ ମାରିଛନ୍ତି । ଏବେ ଟିମରେ ଥିବା ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ଯଦି ଏପରି ହୁଏ ତେବେ ଅର୍ଜୁନ ତେନ୍ଦୁଲକରଙ୍କୁ ଚୂଡାନ୍ତ ଏକାଦଶରେ ଟିମ୍ ସାମିଲ କରିପାରେ ।

ସୂଚନା ଅନୁଯାୟୀ ଅର୍ଜୁନ ୨୦୨୧ରୁ ମୁମ୍ବାଇ ସହ ରହିଛନ୍ତି । ଗତ ସିଜିନରେ ତାଙ୍କୁ ମୁମ୍ବାଇ ୨୦ ଲକ୍ଷ ଟଙ୍କାରେ କିଣିଥିଲା । ଚଳିତ ସିଜିନରେ ତାଙ୍କ ପଛରେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ଟିମ୍ । କିନ୍ତୁ ଏବେସୁଦ୍ଧା ଅର୍ଜୁନ ଗୋଟିଏ ହେଲେ ମ୍ୟାଚ୍ ଖେଳି ନାହାଁନ୍ତି । ତାଙ୍କ କ୍ୟାରିଅର ଦେଖିଲେ, ସେ ଏବେସୁଦ୍ଧା ଦୁଇଟି ଟି୨୦ ମ୍ୟାଚ୍ ଖେଳିଛନ୍ତି । ଏଥିରେ ସେ ୨ଟି ଓ୍ୱିକେଟ୍ ନେବା ସହ ୩ ରନ୍ କରିଛନ୍ତି । ସେ ଜଣେ ବାମହାତୀ ଦ୍ରୁତ ବୋଲର । ତେବେ ମୁମ୍ବାଇ ଅର୍ଜୁନଙ୍କୁ ଟିମରେ ସାମିଲ କରିପାରେ ବୋଲି ଅନେକ ବିଶେଷଜ୍ଞ ଆକଳନ କରିଛନ୍ତି ।

Leave A Reply

Your email address will not be published.