ପ୍ରମୁଖ ଖବର

ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ
ସୁଜାତାଙ୍କ ପାଖରେ ଥିବା ଦୁଇ ବିଭାଗର ଦାୟିତ୍ୱ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ
ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ
ଶନିବାର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଘସିପୁରା ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ଓଡ଼ିଶା ଉପରେ ଆପ୍ ଆଖି, ବିଜୟ ନେତୃତ୍ବ ନେଉଛନ୍ତି କି?

0

ଗୁଜୁରାଟରେ କଂଗ୍ରେସ ନେତାମାନେ ଝାଡୁ ଧରିଲେଣି

ବିକଳ୍ପ ଭାବେ କେଜ୍ରିଓ୍ବାଲ ମୁଣ୍ଡ ଟେକୁଛନ୍ତି, ଚିନ୍ତାରେ ବିଜେପି

ନୂଆଦିଲ୍ଲୀ ଯାଇ ବିଜୟ ଆପ୍ ମୁଖିଆଙ୍କ ସହ ଆଲୋଚନା କରିଥିଲେ କି?

ଭୁବନେଶ୍ବର: ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜୁରାଟରେ ଏକ ବଡ଼ ପରିବର୍ତ୍ତନ ଲକ୍ଷ୍ୟ କରାଗଲାଣି। ବିଜେପିର ବାଟ ଓଗାଳିବା ଲାଗି ଆପ୍ ନେତା ଅରବିନ୍ଦ କେଜ୍ରିଓ୍ବାଲ ଯେଉଁ ରଣନୀତି ଆପଣାଇଛନ୍ତି, ତାହା ଗେରୁଆ ଦଳର ଶୀର୍ଷ ନେତୃତ୍ବର ମୁଣ୍ଡ ଗୋଳମାଳ କରିଦେଲାଣି। କଂଗ୍ରେସ ପ୍ରଭାବହୀନ ଥିବା କାରଣରୁ ଗୁଜରାଟରେ ବିଜେପି ଭଲ କରିବ ବୋଲି ଏକରକମ ଭାବି ନେଇଥିଲା। ଏବେ କିନ୍ତୁ ଆପ୍ ପଞ୍ଜାବ ପରେ ଗୁଜରାଟକୁ ନଜର ପକାଇଛି। ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ଆପ୍ କଂଗ୍ରେସ ଭୋଟ ବ୍ୟାଙ୍କକୁ ନିଜ ଆଡକୁ ଟାଣିବା ଆରମ୍ଭ କରିଛି।

ସୌରାଷ୍ଟ୍ରରେ କଂଗ୍ରେସର ବରିଷ୍ଠ ନେତା ଗୁରୁବାର ଆମ ଆଦମୀ ପାର୍ଟିରେ ଯୋଗଦେବା ଘଟଣା ଦେଶବ୍ୟାପି ଚର୍ଚ୍ଚାର ବିଷୟ ହୋଇଛି। ସେଠାକାର ବରିଷ୍ଠ କଂଗ୍ରେସ ନେତା ଇନ୍ଦ୍ରାଣୀ ରାଜ୍ୟ ଗୁରୁ, ଭସରାମ ସାଗଥ୍ୟ ପ୍ରମୁଖ ଝାଡୁ ଧରିଛନ୍ତି। ଉଭୟ ପୂର୍ବତନ ବିଧାୟକ। କଂଗ୍ରେସ କର୍ପୋାରେଟର କୋଲେବନ୍ ମଧ୍ୟ ଆପରେ ଯୋଗଦେଇଛନ୍ତି।

ଏହି ପ୍ରସଙ୍ଗଟି ଓଡ଼ିଶା ରାଜନୀତିରେ ମଧ୍ୟ କମ୍ପନ ସୃଷ୍ଟି କଲାଣି। ଏଇଥିପାଇଁ ଯେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ମଧ୍ୟ ଆପରେ ଯୋଗଦେଇପାରନ୍ତି ବୋଲି ଖୋଲା ଆଲୋଚନା ଚାଲିଛି। ବିଜୟ ଏହାକୁ ଏଯାଏ ଅସ୍ବୀକାର କରିନାହାନ୍ତି କିମ୍ବା ଗ୍ରହଣ କରିନାହାନ୍ତି। ଆପ୍ ନେତା ମଧ୍ୟ କହିଲେଣି ଯେ କେଜ୍ରିଵାଲଙ୍କ ନଜର ଓଡ଼ିଶା ଉପରେ ରହିଛି। ଏଠାରେ ସଂଗଠନ ବିସ୍ତାର କରିବା ଲାଗି ସେ ନିର୍ଦେଶ ଦେଇଛନ୍ତି।

ତେବେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ଯେଉଁ କଥାଟି ବେଶୀ ଆନ୍ଦୋଳିତ କରୁଛି, ତାହା ହେଲା ବିଜୟ ଦିଲ୍ଲୀ ଯିବା ସହିତ ବହୁ ବରିଷ୍ଠ ନେତାଙ୍କୁ ଭେଟିଥିବା କୁହାଯାଉଛି। ଓଡ଼ିଶାରେ ମଧ୍ୟ ବିଜେଡି, ବିଜେପି ଓ ଅନେକ କଂଗ୍ରେସ ନେତାଙ୍କ ସହିତ ବିଜୟଙ୍କ ଆଲୋଚନା ଜାରି ରହିଛି। ଏବେ ପ୍ରଶ୍ନ ଉଠୁଛି ସତରେ କଣ ବିଜୟ ଦିଲ୍ଲୀ ଯାଇ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହିତ ଆଲୋଚନା କରି ଆସିଛନ୍ତି? ସେ କଣ ଓଡ଼ିଶା ରାଜନୀତିରେ ସକ୍ରିୟ ହୋଇ ଉଭୟ ଦଳ ବିରୋଧରେ ପ୍ରତିଶୋଧ ନେବାକୁ ରୋଡ୍ ମ୍ୟାପ କରୁଛନ୍ତି କି? କଂଗ୍ରେସ ଯେତେବେଳେ ନେତୃତ୍ବ ସଙ୍କଟ ଭିତରେ ଅଛି, ସେବେ ବିଜୟଙ୍କ ସକ୍ରିୟତା କାରଣରୁ ଅନେକ ନେତା ଦଳବଦଳ କରିବା ସମ୍ଭାବନାକୁ ଏଡାଇ ଦେଇ ହେଉନାହିଁ। ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନିକଟରେ ବିଜୁଳି ବିଲ୍ ପ୍ରସଙ୍ଗ ନେଇ ଭୁବନେଶ୍ବରରେ ଆପ୍ ଏକ ବିଶାଳ କାର୍ଯ୍ୟକ୍ରମ କରିଛି। ଏହି ଘଟଣାକୁ ପ୍ରମୁଖ ଗଣମାଧ୍ୟମମାନେ ଅଣଦେଖା କରିଥିଲେ ହେଁ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ହୋଇଛି। ଏଣୁ ଆପ ଯେ ଓଡ଼ିଶାକୁ ଆଖେଇ ନଥିବ, ଏକଥା କିଏ କହିବ?

ଗୋଟିଏ ପକ୍ଷ କହୁଛନ୍ତି ଯେ ନିର୍ବାଚନ ଲଢିବା ଲାଗି ବିଜୟଙ୍କ ପାଖେ ସେତେ ବେଶୀ ଅର୍ଥ ନାହିଁ। କିନ୍ତୁ ଅନ୍ୟ ମହଲରେ ଏହାକୁ ଅସ୍ବୀକାର କରାଯାଉଛି। ସେମାନଙ୍କ ମତରେ ବିଜୟ ହିଁ ଏକମାତ୍ର ବ୍ୟକ୍ତି ସରକାର ବିରୋଧୀ ଅସନ୍ତୋଷକୁ ଖୋଲାଖୋଲି ତେଜିପାରନ୍ତି। ଏଥିପାଇଁ କ୍ଷମତାଶାଳୀ ନେତାଙ୍କ ଦୁର୍ଗ ଧ୍ବସ୍ତ ବିଧ୍ବସ୍ତ କରିବାର ସାମର୍ଥ୍ୟ ରଖନ୍ତି। ଅତୀତରେ ତୁଚ୍ଛା ପ୍ରସଙ୍ଗରେ ସେ ଜାନକୀ ବଲ୍ଲଭ ପଟ୍ଟନାୟକ ସରକାର ବିରୋଧରେ ବିଶାଳ ଜନମତ ଛିଡା କରାଇଥିଲେ। ଏଣୁ ଏବେ ସେ ସମାନ ଗୋଟି ଖେଳିବା ଅସମ୍ଭବ ନୁହେଁ।

ଏଠାରେ ଉଲ୍ଲେଖଥାଉକି, କଂଗ୍ରେସ ଯଦି ସଶକ୍ତ ନ ହେବ, ଓଡ଼ିଶାରେ ଆପ ସେ ସ୍ଥାନ ଖୁବ୍ ଶୀଘ୍ର ନେଇଯିବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। କାରଣ ଆପର ପଞ୍ଜାବ ଦଖଲ ପରେ ଓଡ଼ିଶାର ଯୁବ ଶକ୍ତି ହଠାତ୍ ଆପ୍ ମନସ୍କ ହୋଇଛନ୍ତି। ଗୋଟିଏ ମାସରେ ୫୦ ହଜାରରୁ ଅଧିକ କର୍ମୀ ଏହି ଦଳ ସହତ ଯୋଡିହେବା ଗୋଟିଏ ଛୋଟିଆ କଥା ନୁହେଁ ବୋଲ ମଧ୍ୟ କେହି କେହ କହୁଛନ୍ତି।

Leave A Reply

Your email address will not be published.