ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ଅଗ୍ନିକାଣ୍ଡରେ ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି ପାଉଁଶ

0

ଭୁବନେଶ୍ୱର କେଶରୀ ମଲ୍‌ରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ମଲରେ ଥିବା ୮ଟି ଦୋକାନ ଛାରଖାର୍ ହୋଇଯାଇଛି। ଅଗ୍ନିକାଣ୍ଡରେ ପ୍ରାୟ ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଏକାଧିକ କପଡା ସୋ’ରୁମରେ ନିଆଁ ଲାଗିଥିବା ବେଳେ ମଲ ବନ୍ଦ ହେବା ବେଳେ ନିଆଁ ଲାଗିଥିବାରୁ କୌଣସି ଜୀବନ ହାନି ହୋଇନାହିଁ।

ଗତକାଲି ରାତି ପ୍ରାୟ ୧୧ଟା ପାଖାପାଖି ମଲର ୮ଟି ଦୋକାନରେ ନିଆଁ ଲାଗିଥିଲା। ଚାହୁଁଚାହୁଁ ନିଆଁ ଦ୍ରୁତ ଗତିରେ ବ୍ୟାପିଯାଇଥିଲା। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମଲ୍‌ର କାଚ ଭାଙ୍ଗି ଭିତରେ ପଶି ନିଆଁକୁ ଆୟ କରିଥିଲେ। ସାରା ଅଂଚଳ ଧୂଆଁମୟ ହୋଇଯାଇଥିଲା। ଖବର ଅନୁସାରେ, ପ୍ରଥମେ ମଲ୍‌ର ଏକ ଗାରମେଣ୍ଟ ଦୋକାନରୁ ନିଆଁ ଲାଗିଥିଲା। ଏହା ପରେ ସାଙ୍ଗେ ସାଙ୍ଗେ ନିଆଁ ୮ଟି ଦୋକାନକୁ ବ୍ୟାପିଯାଇଥିଲା। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.