ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

ଭୁବନେଶ୍ୱରରେ ଏଟିଏମ୍ ତାଡିଥିଲେ, ବାଙ୍ଗାଲୋରରୁ ଗିରଫ ହେଲେ

0

ଭୁବନେଶ୍ୱର ଲିଙ୍ଗିପୁରରୁ ଏଟିଏମ ତାଡି ନେଇ ଲୁଟ ମାମଲାରେ କମିଶନରେଟ ପୁଲିସକୁ ସଫଳତା । ଏଟିଏମ ଲୁଟ୍‌ରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି ପୁଲିସ । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ୱାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି । ମିଶନ ଇମ୍ପୋସିବୁଲ ଜରିଆରେ ଅଭିଯୁକ୍ତଙ୍କୁ ଧରାଯାଇଥିବା ସିପି କହିଛନ୍ତି । ବାଙ୍ଗାଲୋରରୁ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ । ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ପ୍ରୟାସ ଚଳାଇଛି । ଏଟିଏମ୍ ତାଡିବା ପରେ ଚୋରା ଟାଟା ଏସିଇ ଗାଡି ବ୍ୟବହୃତ କରାଯାଇଛି ।

ବାଙ୍ଗାଲୋରରେ ଅପରାଧ ଘଟାଇବା ଯୋଜନାରେ ଥିଲେ ଅଭିଯୁକ୍ତ । ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପୁଲିସ ଅଧିକ ତଦନ୍ତ କରିବ ବୋଲି ପୁଲିସ କମିଶନର କହିଛନ୍ତି । ବାହାରୁ ଆସି ଏହି ଗ୍ୟାଙ୍ଗ ସଦସ୍ୟ ପ୍ରଥମେ ରେକି କରିଥାନ୍ତି । ଏଟିଏମ ଲୁଟ ପରେ ବାଂଲାଦେଶକୁ ଫେରି ଯାଇଥାନ୍ତି ଅଭିଯୁକ୍ତ । ଲୁଟେରା ଗ୍ୟାଙ୍ଗ ସଦସ୍ୟ ନିଜ ନିଜ ସହ ବେଶି ସଂଶ୍ଲିଷ୍ଟ ହୁଅନ୍ତିନି । ଏଟିଏମ ତାଡିବାରେ ଏହି ଗ୍ୟାଙ୍ଗର ସଦସ୍ୟ ଏକ୍ସପର୍ଟ ଥାନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

Leave A Reply

Your email address will not be published.