ପ୍ରମୁଖ ଖବର

ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ଚାଉଳ ମିଲିଂ ଦର ଦ୍ୱିଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ରାଜ୍ୟରେ ବଢ଼ିଛି ଶିଶୁ ଟିକାକରଣ ହାର, ସହରଠାରୁ ଗ୍ରାମାଞ୍ଚଳ ଆଗରେ
ବାଲିଗୁଡ଼ା ଏଇଇ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
ବିରୋଧୀ ଦଳ ନେତା ନିଯୁକ୍ତିକୁ ନେଇ ହାଇକୋର୍ଟ ଯିବ ଟିଏମସି
ବୋର୍ଡ-ନିଗମର ଖାଲି ପଦ ପୂରଣ ପାଇଁ ତତ୍ପର ସରକାର, ଜୁନ୍ ୩୦ ସୁଦ୍ଧା ୧୧୮୩ ନିଯୁକ୍ତି ଲକ୍ଷ୍ୟ
ଏମ୍ସ ଭୁବନେଶ୍ୱରରେ ମହିଳାଙ୍କ ହାତରୁ କଢ଼ାଗଲା ୭ କିଲୋଗ୍ରାମର ବିଶାଳ ଟ୍ୟୁମର
ଜନ୍ତରମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ର ବିଶାଳ ବିକ୍ଷୋଭ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ସୋଆ ଦ୍ବାରା ଆରମ୍ଭ ହେଲା ପଶୁ ଚିକିତ୍ସାଳୟ

0

ସୋଆ ବିଶ୍ଵବିଦ୍ୟାଳୟ ଦ୍ବାରା ପରିଚାଳିତ ସହରାଞ୍ଚଳ ପଶୁ ଚିକିତ୍ସାଳୟର ଶୁଭାରମ୍ଭ ହୋଇଛି । ରାଜ୍ୟର ଏହି ପ୍ରଥମ ବେସରକାରୀ ପଶୁ ଚିକିତ୍ସାଳୟ କୃଷି, କୃଷକ ସଶକ୍ତିକରଣ ଓ ପଶୁସମ୍ପଦ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଏବଂ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଛି। ଭୁବନେଶ୍ୱର ଉପକଣ୍ଠ ଶାମପୁର ଠାରେ ଆରମ୍ଭ ହୋଇଥିବା ଏହି ପଶୁ ଚିକିତ୍ସାଳୟରେ ସବୁ ପ୍ରକାର ପଶୁପକ୍ଷୀ ମାନଙ୍କର ଚିକିତ୍ସା କରାଯିବାର ବ୍ୟବସ୍ଥା ରହିଛି ।

ଏଥିରେ ଗାଏନାକୋଲୋଜି, ସର୍ଜରୀ ଓ ମେଡିସିନ୍ ଭଳି ବିଭାଗର ବ୍ୟବସ୍ଥା ରହିଛି। ଗୃହପାଳିତ ପଶୁ ସମେତ ରାସ୍ତାରେ ବୁଲୁଥିବା ପଶୁମାନଙ୍କର ଏଠାରେ ଚିକିତ୍ସା କରାଯିବ ବୋଲି ସୂଚନା ଦେଇଛନ୍ତି ସୋଆ ଭେଟେରିନାରୀ କଲେଜର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ । ଏହି ଚିକିତ୍ସାଳୟରେ ଫାର୍ମାସୀ, ଲାବୋରେଟୋରୀ, ଓ ଅପରେସନ ଥିଏଟରର ମଧ୍ୟ ବ୍ୟବସ୍ଥା ରହିଛି । ପ୍ରାଣୀଙ୍କ ଚିକିତ୍ସା ନିମନ୍ତେ ଏହି ଚିକିତ୍ସାଳୟରେ ୨୪ ଘଣ୍ଟା ସମସ୍ତ ସେବା ଉପଲବ୍ଧ ରହିବ ବୋଲି କହିଛନ୍ତି ଏହି ଚିକିତ୍ସାଳୟର ନିର୍ଦ୍ଦେଶକ ଡଃ ଡି.ଏନ୍‌. ପଲ୍ ।

 ନିର୍ଦ୍ଦେଶକଙ୍କ ସମେତ ୩ ଜଣ ପ୍ରଫେସର ମଧ୍ୟ ଏଠାରେ କାର୍ଯ୍ୟରତ ରହିବେ । ତେବେ ଏହି ଚିକିତ୍ସାଳୟର ମୁଖ୍ୟ ଆକର୍ଷଣ ହେଉଛି ଗୃହପାଳିତ ପଶୁମାନଙ୍କ ନିମନ୍ତେ ସ୍ୱତନ୍ତ୍ର ସ୍ପା । ଏହି ସ୍ପାରେ ପଶୁମାନଙ୍କୁ ଗାଧୋଇଦେବା ସହ ତାଙ୍କର ହେୟାର କଟିଂ, ନେଲ୍ କଟିଂ ଏବଂ ଅନ୍ୟାନ୍ୟ ପ୍ରକାର ସ୍ୱାସ୍ଥ୍ୟଗତ ସୁବିଧା ଉପଲବ୍ଧ ରହିଛି ବୋଲି ପ୍ରଫେସର ପଟ୍ଟନାୟକ କହିଛନ୍ତି। 

Leave A Reply

Your email address will not be published.