ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ପୁଷ୍ପାରାଜଙ୍କର ଦାମ୍ କେତେ?

0

ମୁମ୍ବାଇ: ‘ପୁଷ୍ପା-ଦ ରାଇଜ୍’। ଦକ୍ଷିଣ ଭାରତର ଏହି ଚଳଚ୍ଚିତ୍ରଟି ସାରା ଭାରତରେ ଏମିତି ଛାଇଗଲା ଯେ ଏହାର ପ୍ରମୁଖ କଳାହାର ଅଲ୍ଲୁ ଅର୍ଜୁନ (ପୁଷ୍ପାରାଜ)ଙ୍କ ଠାଣିକୁ ଛୋଟ ପିଲା ବି ନକଲ କରି ବସିଲେ। କଥା କଥାକେ ପୁଷ୍ପା ଷ୍ଟାଇଲ୍ ଆସିଲା ଚର୍ଚ୍ଚାକୁ। ଦକ୍ଷିଣ ଭାରତର ଏହି ଚଳଚ୍ଚିତ୍ର ବଲିଉଡ୍ ନିର୍ମାତାମାନଙ୍କର ମୁଣ୍ଡ ଗୋଳମାଳ କରିଦେଲା, ପ୍ରମୁଖ ଚଳଚ୍ଚିତ୍ର ତାରକାମାନଙ୍କର ବି। ଅଲ୍ଲୁଙ୍କ ସାମ୍ନାରେ ଏବେ ମାଳ ମାଳ ବଲିଉଡ୍ ଫିଲ୍ମ ଅଫର୍।

ଏମିତି ଏକ ସମୟରେ ଅଲ୍ଲୁଙ୍କୁ ନେଇ ଆଉ ଏକ ପ୍ରସଙ୍ଗ ଆଲୋଚନା ଭିତରକୁ ଆସିଛି। ‘ପୁଷ୍ପା-ଦ ରାଇଜ୍’ ଫିଲ୍ମ ନିର୍ମାତା ଏହର ସଫଳତାକୁ ଦେଖି ଏହାର ଦ୍ବିତୀୟ ସଂସ୍କରଣ ନିର୍ମାଣ କରିବାକୁ ମନ ବଳାଇଛନ୍ତି। ‘ପୁଷ୍ପା-ଦ ରୁଲ୍’ ନିର୍ମାଣ ଖୁବ୍ ଶୀଘ୍ର ଆରମ୍ଭ ହେବ ଓ ୨୦୨୩ରେ ଏହା ହଲରେ ପ୍ରବେଶ କରିବ। କିନ୍ତୁ ଯେଉଁ କଥାଟି ବର୍ତ୍ତମାନ ଚଳଚ୍ଚିତ୍ର ଜଗତକୁ ଆଚ୍ଛନ୍ନ କରିଛି, ତାହା ହେଲା, ଅଲ୍ଲୁ ଏହି ଫିଲ୍ମରେ ଅଭିନୟ ପାଇଁ ୧୦୦ କୋଟି ଟଙ୍କା ମାଗିଛନ୍ତି। ଏହା ନିର୍ମାତାଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଯାଏ ସେ ଏହା ଉପରେ ହଁ କି ନା କରିନାହାନ୍ତି। ଯଦି ହଁ କରିଦିଅନ୍ତି, ତେବେ ଭାରତବର୍ଷରେ ସବୁଠାରୁ ଦାମୀ କଳାକାର ହେବେ ଅଲ୍ଲୁ।

୨୦୦କୋଟି ବଜେଟରେ ନିର୍ମାଣ ହୋଇଥିବା ‘ପୁଷ୍ପା-ଦ ରାଇଜ୍’ର ଦ୍ବିତୀୟ ସଂସ୍କରଣ ‘ପୁଷ୍ପା-ଦ ରୁଲ୍’ ବଜେଟ୍ ଅବଶ୍ୟ ଏତେ ବଢ଼ୁଛି ଯେ ଆଖି ପାଇବନି। ନିର୍ମାତା ୪୦୦ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ମନ ବଳାଇଛନ୍ତି।ଏହି ଫିଲ୍ମର କାହାଣୀରେ ଶେଷ ମୁହୂର୍ତ୍ତରେ କିଛି ପରିବର୍ତ୍ତନ ହୋଇଛି। କାରଣ କେଜିଏଫ୍-୨ ବକ୍ସ ଅଫିସରେ ହିଟ୍ ହେବା ପରେ ନିର୍ମାତା ଏହାକୁ ଆହୁରି ନୂଆ ଢଙ୍ଗରେ ଆଣିବାକୁ ଯୋଜନା କରିଛନ୍ତି।

Leave A Reply

Your email address will not be published.