ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ନିଟ୍ ପିଜି ପରୀକ୍ଷା ସ୍ଥଗିତ ରଖିବାକୁ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ନିଟ୍‌ ପିଜି ପରୀକ୍ଷା ବା ମେଡିକାଲ ପ୍ରବେଶିକା ପରୀକ୍ଷା ୨୦୨୨କୁ ସ୍ଥଗିତ ରଖିବା ପାଇଁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହି ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ବିଭିନ୍ନ ସଂଗଠନ ଆନ୍ଦୋଳନ କରିଥିଲେ। ତେବେ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଆବେଦନକୁ ଅଗ୍ରାହ୍ୟ କରିଥିବା କହିଛନ୍ତି।

କୋର୍ଟ କହିଛନ୍ତି, ପରୀକ୍ଷାକୁ ବିଳମ୍ବ କଲେ ପ୍ରାୟ ୨ ଲକ୍ଷ ପିଲା ପ୍ରଭାବିତ ହେବେ। କାରଣ ସେମାନେ ପରୀକ୍ଷା ପାଇଁ ପଞ୍ଜିକରଣ କରିବା ସହ ଏନେଇ ପ୍ରସ୍ତୁତି କରିଛନ୍ତି। ସେହିପରି ହସ୍ପିଟାଲରେ ପରୀକ୍ଷା ବିଳମ୍ବ ଯୋଗୁ ଡାକ୍ତରଙ୍କ ଅଭାବ ମଧ୍ୟ ଦେଖାଯିବ। ସମସ୍ତଙ୍କ ଠାରୁ ରୋଗୀମାନେ ହିଁ ସବୁଠୁ ଉପରେ। ତେଣୁ ରୋଗୀଙ୍କ ଉପଯୁକ୍ତ ସ୍ୱାସ୍ଥ୍ୟସେବାକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ ରଖିବାକୁ ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରାଯାଉଥିବା କୋର୍ଟ କହିଛନ୍ତି। ନିଟ୍‌ ପିଜି-୨୦୨୨ ପାଇଁ ପଞ୍ଜିକରଣ ପ୍ରକ୍ରିୟା ମାର୍ଚ୍ଚ ୨୫ରେ ବନ୍ଦ ହୋଇଛି। ପ୍ରାୟ ୨ ଲକ୍ଷ ୬ ହଜାର ଡାକ୍ତର ପରୀକ୍ଷା ପାଇଁ ପଞ୍ଜିକରଣ କରିଛନ୍ତି। ପଞ୍ଜିକରଣ କରିଥିବା ଶିକ୍ଷାର୍ଥୀମାନେ ପରୀକ୍ଷା ବନ୍ଦ ଯୋଗୁ ପ୍ରଭାବିତ ହେବେ। ତେଣୁ ଏହି ଆବେଦନକୁ ଖାରଜ କରାଯାଉଥିବା ଖଣ୍ଡପୀଠ କହିଛନ୍ତି। ଆବେଦନ ଖାରଜ ହୋଇଥିବାରୁ ମେ’ ୨୧ ତାରିଖରେ ନିଟ୍‌ ପିଜି ପରୀକ୍ଷା ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ, ଆବେଦନକାରୀ କହିଥିଲେ ଯେ ପୂର୍ବ ବର୍ଷର ପରୀକ୍ଷା ଆଧାରରେ କାଉନସିଲିଂ ପ୍ରକ୍ରିୟା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟ ୨୦୨୨ ନିଟ୍ ପିଜି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଜାତୀୟ ପରୀକ୍ଷା ବୋର୍ଡ କୁ ନିର୍ଦ୍ଦେଶ ଦେବା ଉଚିତ୍। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ମଧ୍ୟ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଥିଲା।

Leave A Reply

Your email address will not be published.