ପ୍ରମୁଖ ଖବର

ଅହମଦାବାଦ ରଥଯାତ୍ରା ପାଇଁ ୩୧ ହଜାରରୁ ଅଧିକ ପୋଲିସ ମୁତୟନ
ତାଜ ହୋଟେଲକୁ ବୋମା ଧମକ, ତଲାସି ପରେ ଗୁଜବ ବୋଲି ସ୍ପଷ୍ଟ
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ଆଖି ବୁଜିଲେ ବ୍ରହ୍ମପୁର ପୀଡ଼ିତା, ବାପାଙ୍କ ବିରୋଧରେ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ
କଣ୍ଡକ୍ଟରଙ୍କୁ ଆକ୍ରମଣ ଘଟଣା: ଆଜିଠାରୁ ଉଦଳାରୁ ସମସ୍ତ ରୁଟ୍‌କୁ ବସ ବନ୍ଦ

ଜଙ୍ଗଲରୁ ମିଳିଲା ଅଙ୍ଗନବାଡି ଦିଦିଙ୍କ ମୃତଦେହ

0

ଖଲ୍ଲିକୋଟ: ୫ ଦିନ ହେବ ନିଖୋଜ ଥିଲେ ଅଙ୍ଗନବାଡି ଦିଦି। ଆଜି  ଜଙ୍ଗଲରୁ ମିଳିଲା ତାଙ୍କ ମୃତଦେହ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ପୋଡାପଦର ନିକଟରେ। ମୃତ ମହିଳା ଜଣଙ୍କ ହେଲେ ପୋଡାପଦର ଗାଁର ଅଙ୍ଗନବାଡି କର୍ମୀ ସୁଭାସିନୀ ପଣ୍ଡା। ଋଣ ସୁଝିନପାରି ଓ ଫାଇନାନ୍ସ କମ୍ପାନୀର ଜୁଲମ ଯୋଗୁଁ ସୁଭାସିନୀ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଗତ ୮ ତାରିଖ ଦିନ ସୁଭାସିନୀ ଘରୁ ବାହାରକୁ ଯାଇ ଫେରି ନଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ଗତ ୧୧ ତାରିଖରେ ସୁଭାସିନୀଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ଆଜି ସକାଳେ ପୋଡାପଦର ନିକଟ ଜଙ୍ଗଲରୁ ସୁଭାସିନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

ସୁଭାସିନୀ ଏକ ଫାଇନାନ୍ସ କମ୍ପାନୀରୁ ଋଣ ଆଣିଥିଲେ।  ଋଣ ପୈଠ ନ କରି ପାରୁ  ନଥିବାରୁ  ଫାଇନାନ୍ସ କମ୍ପାନୀ ପକ୍ଷରୁ ତାଙ୍କୁ ଗାଳି ଗୁଲଜ କରାଯାଉଥିଲା।  ଫାଇନାନ୍ସ କମ୍ପାନୀର ଜୁଲମ ସହି ନପାରି  ସୁଭାସିନୀ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.