ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ଜଙ୍ଗଲରୁ ମିଳିଲା ଅଙ୍ଗନବାଡି ଦିଦିଙ୍କ ମୃତଦେହ

0

ଖଲ୍ଲିକୋଟ: ୫ ଦିନ ହେବ ନିଖୋଜ ଥିଲେ ଅଙ୍ଗନବାଡି ଦିଦି। ଆଜି  ଜଙ୍ଗଲରୁ ମିଳିଲା ତାଙ୍କ ମୃତଦେହ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ପୋଡାପଦର ନିକଟରେ। ମୃତ ମହିଳା ଜଣଙ୍କ ହେଲେ ପୋଡାପଦର ଗାଁର ଅଙ୍ଗନବାଡି କର୍ମୀ ସୁଭାସିନୀ ପଣ୍ଡା। ଋଣ ସୁଝିନପାରି ଓ ଫାଇନାନ୍ସ କମ୍ପାନୀର ଜୁଲମ ଯୋଗୁଁ ସୁଭାସିନୀ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଗତ ୮ ତାରିଖ ଦିନ ସୁଭାସିନୀ ଘରୁ ବାହାରକୁ ଯାଇ ଫେରି ନଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ଗତ ୧୧ ତାରିଖରେ ସୁଭାସିନୀଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ଆଜି ସକାଳେ ପୋଡାପଦର ନିକଟ ଜଙ୍ଗଲରୁ ସୁଭାସିନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

ସୁଭାସିନୀ ଏକ ଫାଇନାନ୍ସ କମ୍ପାନୀରୁ ଋଣ ଆଣିଥିଲେ।  ଋଣ ପୈଠ ନ କରି ପାରୁ  ନଥିବାରୁ  ଫାଇନାନ୍ସ କମ୍ପାନୀ ପକ୍ଷରୁ ତାଙ୍କୁ ଗାଳି ଗୁଲଜ କରାଯାଉଥିଲା।  ଫାଇନାନ୍ସ କମ୍ପାନୀର ଜୁଲମ ସହି ନପାରି  ସୁଭାସିନୀ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.