ପ୍ରମୁଖ ଖବର

ୟୁଜିସି-ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ: ଏବେ ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ରବିବାର ପରିବର୍ତ୍ତେ ଜୁନ ୧୮ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ
ୟୁଜିସି ମୁଖ୍ୟ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି
ଇସ୍ତଫା ଦେବା ଖବରକୁ ନୀତେଶ ଗଙ୍ଗଦେବଙ୍କ ଖଣ୍ଡନ, ଫେସବୁକ୍ ଆଇଡି ହ୍ୟାକ୍ ହେଇଥିବା ନେଇ ଦେଲେ ସୂଚନା
୧୦% କର୍ମଚାରୀଙ୍କୁ ଛଟେଇ କରିବ ଓଲା, ଇସ୍ତଫା ଦେଲେ ସିଇଓ ହେମନ୍ତ ବକ୍ସି
ଆସନ୍ତାକାଲି ହିଞ୍ଜିଳି ଏବଂ ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
୪୪.୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର, ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ଲହରୀ

ମଙ୍କିପକ୍ସକୁ ନେଇ ସତର୍କ କରାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଙ୍ଗଠନ

0

କରୋନା ପରେ ଏବେ ବିଶ୍ବରେ ମଙ୍କିପକ୍ସ ଭୂତାଣୁ ନୂଆ ଆତଙ୍କ ସୃଷ୍ଟି କରିଛି । ୧୨ଟି ରାଷ୍ଟ୍ରରେ ଏହି ଭୂତାଣୁ ପହଞ୍ଚି ସାରିଥିବା ବେଳେ ବ୍ରିଟେନ୍‌ରେ ଏବେ ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି। ବ୍ରିଟେନ୍‌ ସ୍ବାସ୍ଥ୍ୟ ବିଭାଗ ଏହାକୁ ନେଇ ହାଇଆଲର୍ଟ ଜାରି କରିଛି। ଏଯାଏଁ ସାରା ବିଶ୍ୱରେ ଶହେରୁ ଅଧକ ମାମଲା ଚିହ୍ନଟ ହୋଇସାରିଲାଣି ।

ଏସବୁ ଭିତରେ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଏଯାଏଁ ୧୨ଟି ଦେଶରେ ମଙ୍କିପକ୍ସ ଚିହ୍ନଟ ହୋଇଥିବା ବେଳେ ଏହା ଆଗକୁ ଅନ୍ୟ ଦେଶକୁ ବଢ଼ିବାର ଆଶଙ୍କା ରହିଥିବା ‘ହୁ’କହିଛି । ସଙ୍ଗଠନ କହିଛି ଯେ, ଏବେ ଅଧିକରୁ ଅଧିକ ଦେଶରେ ଅନୁଧ୍ୟାନ କରାଯାଉଛି, ତେଣୁ ଆଗକୁ ଅଧିକ ମାମଲା ସାମ୍ନାକୁ ଆସିବାର ଆଶଙ୍କା ରହିଛି । ଏବେ ୟୁରୋପିୟ ଦେଶରେ ଏହି ମଙ୍କି ପକ୍ସ ଚିହ୍ନଟ ହୋଇଛି । କେବଳ ସ୍ପେନରେ ୪୦ ଓ ପର୍ତୁଗାଲରେ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମଙ୍କିପକ୍ସ ବ୍ୟାପିବା ପ୍ରସଙ୍ଗରେ ଆଲୋଚନା ପାଇଁ ଜରୁରୀ ବୈଠକ ଡାକିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଏହି ବୈଠକରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦେଶଗୁଡ଼ିକ ସାମିଲ ହେବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ମଙ୍କିପକ୍ସ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହି ରୋଗର ସମ୍ଭାବ୍ୟ ଚିକତ୍ସା ଓ ଔଷଧ ପାଇଁ ଏବେ ବିଶେଷଜ୍ଞମାନେ ବିଚାରବିମର୍ଶ କରୁଥିବା ସେ ଜଣାଇଛନ୍ତି । ସେପଟ ଭାରତୀୟ ବିଶେଷଜ୍ଞମାନେ ସତର୍କ ରହିବାକୁ କହିଛନ୍ତି । ହେଲେ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି । ଭାରତରେ ଏଯାଏଁ ମଙ୍କିପକ୍ସରେ କୌଣସି ମଣିଷ ସଂକ୍ରମିତ ହୋଇଥିବାର ମାମଲା ସାମ୍ନାକୁ ଆସି ନାହିଁ ।

Leave A Reply

Your email address will not be published.