ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ଦୁର୍ବୃତ୍ତଙ୍କ ଗୁଳିମାଡରେ ଗୋରୁ ବେପାରୀ ମୃତ

0

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ହାଟବାଦଡାରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡରେ ଜଣେ ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତବ୍ୟକ୍ତି ହେଲେ ପଶ୍ଚିମବଙ୍ଗ କମ୍ବାଲି ଥାନା ଅଞ୍ଚଳର ଜାମୁସ ଅଲ୍ଲୀ।

ସୂଚନାଯୋଗ୍ୟ, ଆଜି ସକାଳେ ଶେଖ ଜାମସେଦ ଅଲିଙ୍କ ସମେତ ୫ଜଣ ପଶ୍ଚିମବଙ୍ଗର ଗୋରୁ ବେପାରୀ ବାଦଡା ସାପ୍ତାହିକ ଗୋରୁହାଟକୁ  ଗୋରୁ କିଣିବାକୁ ଆସିଥିଲେ। ଏହି ୬ଜଣ ବେପାରୀ  ହାଟରେ ଠିଆ ହୋଇଥିବା ବେଳେ ୪ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଶେଖ ଜାମସେଦଙ୍କ  ଉପରେ ଗୁଳି ଚଳାଇଥିଲେ। ପରେ ତାଙ୍କ ପାଖରୁ ୨୦ ଲକ୍ଷ ଟଙ୍କା ନେଇ ସେଠାରୁ ଚମ୍ପଟ ମାରିଥିଲେ। ଅନ୍ୟ ୫ ଜଣ ଗୋରୁ ବେପାରୀଙ୍କର କିଛି ହୋଇ ନାହିଁ।

ଶେଖ ଜାମସେଦ ଅଲିଙ୍କ ପାଖରେ ୨୦ ଲକ୍ଷ ଟଙ୍କା ଥିବା ଦୁର୍ବୃତ୍ତମାନେ କୌଣସି ସୂତ୍ରରୁ ଜାଣିପାରିଥିଲେ। ସେମାନେ ହଠାତ୍ ଆସି  ତାଙ୍କ ଉପରେ ଗୁଳି ଚଳାଇଥିବା ଜଣାଯାଇଛି। ରାଇରଙ୍ଗପୁର ଏସଡିପିଓ  ରତିକାନ୍ତ ଗିରି ଓ ପୁଲିସ  ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାସ୍ଥଳରୁ  ଅଫୁଟା ଗୁଳି ମଧ୍ୟ ଜବତ କରିଛି ପୁଲିସ।

Leave A Reply

Your email address will not be published.