ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ପୁଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ନିଲମ୍ବିତ

0

ଭୁବନେଶ୍ବର; ପୁଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କୁ ଆଜି ପୁଲିସ ଡିଜି ସୁନୀଲ କୁମାର ବନସଲ ଚାକିରିରୁ ନିଲମ୍ବନ କରିଛନ୍ତି । ନିଲମ୍ବନ ଅବଧି ମଧ୍ୟରେ ସେ ସୁନ୍ଦରଗଡ଼ ପୁଲିସ ଏସପିଙ୍କ ଅଧୀନରେ ରହିବେ ତଥା ଓଡ଼ିଶା ସର୍ଭିସ କୋଡ୍ -୯୦ ଅନ୍ତର୍ଗତ ସେ ନିଜର ଡିଏ ଓ ଅନ୍ୟାନ୍ୟ ଭତ୍ତା ପାଇବାକୁ ମଧ୍ୟ ହକଦାର ହେବେ ବୋଲି ଆଜି ପୁଲିସ ମୁଖ୍ୟାଳୟରୁ ଜାରି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।

ସୂଚନାଯୋଗ୍ୟ, ରଥଯାତ୍ରା ଡ୍ୟୁଟି ଶେଷ କରି ଇନ୍ସପେକ୍ଟର ଶ୍ରୀମତୀ ସୁନା ଓ ତାଙ୍କ ଡ୍ରାଇଭର ଅଜୟ ଜେଠୀ ନିଜ କାର ଯୋଗେ ପୁରୀରୁ ସୁନ୍ଦରଗଡ଼ ଫେରିବା ବାଟରେ ୫୭ନମ୍ବର ଜାତୀୟ ରାଜପଥର ବଡ଼ବାହାଲି ଛକ ନିକଟରେ ଏକ ପରିବା ବୋଝେଇ ଅଟୋ ଓ ବାଇକକୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୬ଜଣ ଆହତ ହୋଇଥିଲେ । ଦୁର୍ଘଟଣା ଘଟାଇବା ପରେ ଇନ୍ସପେକ୍ଟର ଶ୍ରୀମତୀ ସୁନା ଓ ତାଙ୍କ ଡ୍ରାଇଭର ଶ୍ରୀ ଜେଠୀ ଫେରାର ହୋଇଯାଇଥିଲେ ।

Leave A Reply

Your email address will not be published.