ପ୍ରମୁଖ ଖବର

ଆଗାମୀ ୪୮ ଘଣ୍ଟା ପରେ ପୁଣି ବଢିବ ତାତି, ଏନେଇ ପାଣିପାଗ କେନ୍ଦ୍ର ଭୁବନେଶ୍ୱରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି
୧୬ ତାରିଖରେ ଭୁବନେଶ୍ୱରରେ ମେଗା ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ: ଗଙ୍ଗନଗର ଛକରୁ ବାହାରି ରୁପାଲି ଛକରେ ପହଁଚିବ ନବୀନଙ୍କ ବିଶାଳ ଯାତ୍ରା
ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ, ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ
ନାମାଙ୍କନ ଭରିଲେ ମୋଦୀ, ବାରାଣାସୀ ଆସନରୁ ତୃତୀୟ ଥର ପାଇଁ କଲେ ପ୍ରାର୍ଥୀପତ୍ର ଦାଖଲ
ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ
ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ପରଲୋକ

ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ

0

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବ ଉପରେ ମୋହର ବାଜିଛି। କ୍ୟାବିନେଟ୍ ନିଷ୍ପତ୍ତି ନେଇ ଅବଗତ କଲେ ନିରଞ୍ଜନ ପୂଜାରୀ । ରାୟଗଡା କାଶୀପୁରରେ ବୃହତ ପାନୀୟ ଜଳ ପ୍ରକଳ୍ପ ହେବ । ଆଇଟି ପଲିସି ୨୦୨୨କୁ ବ୍ୟାବିନେଟ୍ ମୋହର ଲାଗିଛି । ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜମି ଯେଗାଇଛନ୍ତି ସରକାର । ଖୋର୍ଦ୍ଧା ବରୁଣେଇରେ ୯.୬୮ ଏକର ଜମି ଦିଆଯାଇଛି । ୩୧ କୋଟି ୯୭ ଲକ୍ଷ ମଧ୍ୟ ଛାଡ କରାଯାଇଛି।

ରାୟଗଡା ଜିଲ୍ଲାରେ ୩ଟି ଗ୍ରାମ୍ୟ ପାନୀୟ ଜଳ ଯୋଗଣ ପ୍ରକଳ୍ପକୁ ଇପିସି ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଉକ୍ତ ପ୍ରକଳ୍ପ ଦ୍ୱାରା ରାୟଗଡାର ୨ଟି ବ୍ଲକ ଅଧୀନରେ ଥିବା ୧୫ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୨୯ଟି ଗ୍ରାମରେ ବସବାସ କରୁଥିବା ପ୍ରୟ ୩୫ ହଜାର ୪୦୪ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ତନ୍ମଧ୍ୟରୁ ରମନଗୁଡା ବ୍ଲକ ଅଧୀନରେ ଥିବା ୭ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୫୮ ଟି ଗ୍ରାମର ପ୍ରାୟ ୧୬ହଜାର ୩୨ ଜଣ ଓ କୋଇନରା ବ୍ଲକ ଅଧୀନରେ ଥିବା ୮ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୭୧ ଟି ଗ୍ରାମର ପ୍ରାୟ ୧୯ ହଜାର ୩୭୨ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହୋଇପାରିବେ ।

ସେହିପରି ରାଜ୍ୟ ସରକାର ଅବଢା ପରିଯୋଜନା ମାଧ୍ୟମରେ ଐତିହ୍ୟ ସମ୍ପନ୍ନ ସହର ପୁରୀ ଠାରେ ପର୍ଯ୍ୟଟକ ତଥା ପରିଦର୍ଶନମାନଙ୍କ ପାଇଁ ସ୍ପଳ୍ପ ମୂଲ୍ୟର ବୋର୍ଡିଂ ଏବଂ ରହଣି ସୁବିଧା, ବିଶେଷ ଭାବରେ ବରିଷ୍ଠ ନାଗରିକଙ୍କ ମୌଳିକ ସୁବିଧା ଉପଲବ୍ଧ ପାଇଁ ବାସେଳୀସାହି ଧର୍ମଶାଳା ପ୍ରକଳ୍ପକୁ କାର୍ଯ୍ୟାନ୍ୱୟନ କରାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ୧୩୫ କୋଟି ୬୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି । ଏହି କାର୍ଯ୍ୟ ୨୪ ମାସ ମଧ୍ୟରେ ସମ୍ପର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.