ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ଚୀନକୁ ଫେରିଲା କରୋନା

0

ଚୀନକୁ ପୁଣିଥରେ ଫେରିଛି ମହାମାରୀ କରୋନା। ଉହାନ ସହରକୁ କରୋନା ଫେରିଥିବା ବେଳେ କିଛି ସ୍ଥାନରେ ସଟଡାଉନ କରାଯାଇଛି । ଚୀନର ଉହାନ ସେହି ସହର ଯେଉଁଠି କରୋନାର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଆଉ ଏହାପରେ ପୂରା ଦୁନିଆକୁ ପରିବ୍ୟାପ୍ତ ହୋଇଥିଲା କରୋନା । ତେବେ ଏଥର କରୋନା କାୟା ମେଲାଇବା ଆରମ୍ଭ କରିଥିବାରୁ ସିନେମା ହଲ, ମଲ, କାଫେ ଓ ବାର ଭଳି ଜନଗହଳିପୂର୍ଣ୍ଣ ସ୍ଥାନକୁ ବନ୍ଦ କରି ଦିଆଯାଇଛି ।

ଉହାନର ଜିଆଙ୍ଗସ୍କିୟା ସହରରେ କରୋନାର ନୂଆ ମାମଲା ଚିହ୍ନଟ ହୋଇଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସମସ୍ତ ଜନଗହଳି ପୂର୍ଣ୍ଣ ସ୍ଥାନକୁ ବନ୍ଦ କରାଯାଇଥିବା ବେଳେ କିଛି ସ୍ଥାନରେ କଟକଣାକୁ କଡାକଡି କରାଯାଇଛି । ଏପରିକି ସହରରେ ଆୟୋଜିତ ହେବାକୁ ଥିବା ବଡ ବଡ କାର୍ଯ୍ୟକ୍ରମ ଉପରେ ମଧ୍ୟ ରୋକ ଲଗାଯାଇଛି । ସେହିଭଳି ସମସ୍ତ ଧାର୍ମିକ ସ୍ଥଳକୁ ବନ୍ଦ କରାଯାଇଥିବା ବେଳେ ଧାର୍ମିକ ଗତିବିଧି ଉପରେ ମଧ୍ୟ ରୋକ ଲଗାଯାଇଛି । ଏହାବାଦ୍ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହାବ୍ୟତୀତ ସମସ୍ତ ପବ୍ଲିକ ଟ୍ରାନ୍ସପୋର୍ଟ ସେବାକୁ ମଧ୍ୟ ବନ୍ଦ କରାଯାଇଛି । ଲୋକମାନଙ୍କୁ ସହର ନ ଛାଡିବାକୁ ପରାମର୍ଶ ଦିଆଯାଇଛି । ଯେଉଁ ସ୍ଥାନ ଗୁଡିକରେ ଅଧିକ ମାତ୍ରାରେ କରୋନା ମାମଲା ଚିହ୍ନଟ ହୋଇଛି ସେହି ସ୍ଥାନ ଗୁଡିକ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଏପରିକି ସେହି ସ୍ଥାନ ଛାଡିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ପୂର୍ବରୁ ୨୦୨୦ରେ ଚୀନର ଉହାନ ସହରରେ ପ୍ରଥମେ ଲକଡାଉନ ଲାଗୁ ହୋଇଥିଲା । ଯେଉଁଥିପାଇଁ ଲୋକଙ୍କୁ ୨ ମାସ ଧରି ଲକଡାଉନରେ ରହିବାକୁ ପଡିଥିଲା ।

Leave A Reply

Your email address will not be published.