ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଚୀନକୁ ଫେରିଲା କରୋନା

0

ଚୀନକୁ ପୁଣିଥରେ ଫେରିଛି ମହାମାରୀ କରୋନା। ଉହାନ ସହରକୁ କରୋନା ଫେରିଥିବା ବେଳେ କିଛି ସ୍ଥାନରେ ସଟଡାଉନ କରାଯାଇଛି । ଚୀନର ଉହାନ ସେହି ସହର ଯେଉଁଠି କରୋନାର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଆଉ ଏହାପରେ ପୂରା ଦୁନିଆକୁ ପରିବ୍ୟାପ୍ତ ହୋଇଥିଲା କରୋନା । ତେବେ ଏଥର କରୋନା କାୟା ମେଲାଇବା ଆରମ୍ଭ କରିଥିବାରୁ ସିନେମା ହଲ, ମଲ, କାଫେ ଓ ବାର ଭଳି ଜନଗହଳିପୂର୍ଣ୍ଣ ସ୍ଥାନକୁ ବନ୍ଦ କରି ଦିଆଯାଇଛି ।

ଉହାନର ଜିଆଙ୍ଗସ୍କିୟା ସହରରେ କରୋନାର ନୂଆ ମାମଲା ଚିହ୍ନଟ ହୋଇଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସମସ୍ତ ଜନଗହଳି ପୂର୍ଣ୍ଣ ସ୍ଥାନକୁ ବନ୍ଦ କରାଯାଇଥିବା ବେଳେ କିଛି ସ୍ଥାନରେ କଟକଣାକୁ କଡାକଡି କରାଯାଇଛି । ଏପରିକି ସହରରେ ଆୟୋଜିତ ହେବାକୁ ଥିବା ବଡ ବଡ କାର୍ଯ୍ୟକ୍ରମ ଉପରେ ମଧ୍ୟ ରୋକ ଲଗାଯାଇଛି । ସେହିଭଳି ସମସ୍ତ ଧାର୍ମିକ ସ୍ଥଳକୁ ବନ୍ଦ କରାଯାଇଥିବା ବେଳେ ଧାର୍ମିକ ଗତିବିଧି ଉପରେ ମଧ୍ୟ ରୋକ ଲଗାଯାଇଛି । ଏହାବାଦ୍ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହାବ୍ୟତୀତ ସମସ୍ତ ପବ୍ଲିକ ଟ୍ରାନ୍ସପୋର୍ଟ ସେବାକୁ ମଧ୍ୟ ବନ୍ଦ କରାଯାଇଛି । ଲୋକମାନଙ୍କୁ ସହର ନ ଛାଡିବାକୁ ପରାମର୍ଶ ଦିଆଯାଇଛି । ଯେଉଁ ସ୍ଥାନ ଗୁଡିକରେ ଅଧିକ ମାତ୍ରାରେ କରୋନା ମାମଲା ଚିହ୍ନଟ ହୋଇଛି ସେହି ସ୍ଥାନ ଗୁଡିକ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଏପରିକି ସେହି ସ୍ଥାନ ଛାଡିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ପୂର୍ବରୁ ୨୦୨୦ରେ ଚୀନର ଉହାନ ସହରରେ ପ୍ରଥମେ ଲକଡାଉନ ଲାଗୁ ହୋଇଥିଲା । ଯେଉଁଥିପାଇଁ ଲୋକଙ୍କୁ ୨ ମାସ ଧରି ଲକଡାଉନରେ ରହିବାକୁ ପଡିଥିଲା ।

Leave A Reply

Your email address will not be published.