ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଅର୍ପିତାଙ୍କ ଅଡ଼ୁଆ ବଢିବାରେ ଲାଗିଛି

0
  • ଦୁଇଟି ଚଢାଉରେ ଏଯାଏ ୪୫ କୋଟିର ସଂପତ୍ତି ଜବତ ହେଲାଣି
  • ବୁଧବାର ଚଢାଉରେ ସୁନା ମିଶି ୨୨କୋଟିର ସଂପତ୍ତି ଠାବ, ଗଣତି ଚାଲିଛି
  • ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲାରେ ଅର୍ପିତାଙ୍କ ପାଇଁ ଅଡୁଆ ବଢ଼ୁଛି

କୋଲକାତା: ପଶ୍ଚିମବଙ୍ଗ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ସମୟ ଆଦୌ ଭଲ ନାହିଁ। ତାଙ୍କ ପାଇଁ ଧୀରେ ଧୀରେ ଅଡୁଆ ବଢ଼ିବାରେ ଲାଗିଛି। ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀମାନେ ବୁଧବାର ଅର୍ଥାତ୍ ଦ୍ବିତୀୟ ପର୍ଯ୍ୟାୟ ଚଢ଼ାଉରେ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛନ୍ତି। ଏସବୁ ପାହାଡ ଭଳି ଗଦା ହୋଇ ରହିଥିଲା। ରିପୋର୍ଟ ଲେଖା ହେବା ସୁଦ୍ଧା ତାଙ୍କ ଠାରୁ ଆଉ ୨୦ କୋଟି ଟଙ୍କା ନଗଦ ଅର୍ଥରାଶି ପାଇସାରିଲେଣି ତଦନ୍ତକାରୀ ଅଧିକାରୀ। ଏବେ ବି ପାଞ୍ଚଟି ଟଙ୍କା ଗଣା ମେସିନରେ ଗଣତି ଜାରି ରହିଛି। ଏଣୁ ଏହି ପରିମାଣ ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଏସବୁ ତାଙ୍କର ଦ୍ବିତୀୟ ଆପାର୍ଟମେଣ୍ଟ ଚଢାଉ ବେଳେ ଜବତ ହୋଇଛି। ଏହି ସହିତ ୨ କିଲୋଗ୍ରାମ୍ ଓଜନର ସୁନା ମିଳିଥିବା ଖବର ଆସୁଛି।

ଗତ ସପ୍ତାହରେ ଅର୍ପିତାଙ୍କ ଘରୁ ୨୧ କୋଟି ଟଙ୍କା ଜବତ କରାଯାଇଥିଲା। ସେବେ ଅଧିକାରୀମାନେ ୩କେଜି ସୁନା ତାଙ୍କ ଠାରୁ ପାଇଥିଲେ। ଏହିଭଳି ଭାବେ ପ୍ରଥମ ଚଢାଉ ବେଳେ ତାଙ୍କ ଠାରୁ ୨୧ କୋଟି ୯୦ଲକ୍ଷ ଟଙ୍କା ଏବଂ ବିଦେଶୀ ମୁଦ୍ରା ୫୬ଲକ୍ଷ ଟଙ୍କା ଏବଂ ୭୬ଲକ୍ଷ ଟଙ୍କାର ସୁନା, ମୋଟ ୨୩ କୋଟି ୨୨ଲକ୍ଷ ଟଙ୍କା ଜବତ ହୋଇଥିଲା। ଦ୍ବିତୀୟ ଗଣନାରେ ଉଭୟ ଟଙ୍କା ଓ ସୁନାର ପରିମାଣ ମିଶି ୨୨କୋଟି କୁହାଯାଉଛି। ଦୁଇଟି ଚଢାଉରେ ମୋଟ ୪୫ କୋଟି ୨୨ଲକ୍ଷ ଟଙ୍କାର ଜବତ ହୋଇସାରିଲାଣି।

ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ମାମଲାରେ ଇଡି ଚଢା଼ଉ ଜାରି ରହିଛି। ଉଭୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ଅର୍ପିତା ଗିରଫ ହୋଇ ୩ ତାରିଖ ଯାଏ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

Leave A Reply

Your email address will not be published.