ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଅର୍ପିତାଙ୍କ ଅଡ଼ୁଆ ବଢିବାରେ ଲାଗିଛି

0
  • ଦୁଇଟି ଚଢାଉରେ ଏଯାଏ ୪୫ କୋଟିର ସଂପତ୍ତି ଜବତ ହେଲାଣି
  • ବୁଧବାର ଚଢାଉରେ ସୁନା ମିଶି ୨୨କୋଟିର ସଂପତ୍ତି ଠାବ, ଗଣତି ଚାଲିଛି
  • ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲାରେ ଅର୍ପିତାଙ୍କ ପାଇଁ ଅଡୁଆ ବଢ଼ୁଛି

କୋଲକାତା: ପଶ୍ଚିମବଙ୍ଗ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ସମୟ ଆଦୌ ଭଲ ନାହିଁ। ତାଙ୍କ ପାଇଁ ଧୀରେ ଧୀରେ ଅଡୁଆ ବଢ଼ିବାରେ ଲାଗିଛି। ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀମାନେ ବୁଧବାର ଅର୍ଥାତ୍ ଦ୍ବିତୀୟ ପର୍ଯ୍ୟାୟ ଚଢ଼ାଉରେ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛନ୍ତି। ଏସବୁ ପାହାଡ ଭଳି ଗଦା ହୋଇ ରହିଥିଲା। ରିପୋର୍ଟ ଲେଖା ହେବା ସୁଦ୍ଧା ତାଙ୍କ ଠାରୁ ଆଉ ୨୦ କୋଟି ଟଙ୍କା ନଗଦ ଅର୍ଥରାଶି ପାଇସାରିଲେଣି ତଦନ୍ତକାରୀ ଅଧିକାରୀ। ଏବେ ବି ପାଞ୍ଚଟି ଟଙ୍କା ଗଣା ମେସିନରେ ଗଣତି ଜାରି ରହିଛି। ଏଣୁ ଏହି ପରିମାଣ ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଏସବୁ ତାଙ୍କର ଦ୍ବିତୀୟ ଆପାର୍ଟମେଣ୍ଟ ଚଢାଉ ବେଳେ ଜବତ ହୋଇଛି। ଏହି ସହିତ ୨ କିଲୋଗ୍ରାମ୍ ଓଜନର ସୁନା ମିଳିଥିବା ଖବର ଆସୁଛି।

ଗତ ସପ୍ତାହରେ ଅର୍ପିତାଙ୍କ ଘରୁ ୨୧ କୋଟି ଟଙ୍କା ଜବତ କରାଯାଇଥିଲା। ସେବେ ଅଧିକାରୀମାନେ ୩କେଜି ସୁନା ତାଙ୍କ ଠାରୁ ପାଇଥିଲେ। ଏହିଭଳି ଭାବେ ପ୍ରଥମ ଚଢାଉ ବେଳେ ତାଙ୍କ ଠାରୁ ୨୧ କୋଟି ୯୦ଲକ୍ଷ ଟଙ୍କା ଏବଂ ବିଦେଶୀ ମୁଦ୍ରା ୫୬ଲକ୍ଷ ଟଙ୍କା ଏବଂ ୭୬ଲକ୍ଷ ଟଙ୍କାର ସୁନା, ମୋଟ ୨୩ କୋଟି ୨୨ଲକ୍ଷ ଟଙ୍କା ଜବତ ହୋଇଥିଲା। ଦ୍ବିତୀୟ ଗଣନାରେ ଉଭୟ ଟଙ୍କା ଓ ସୁନାର ପରିମାଣ ମିଶି ୨୨କୋଟି କୁହାଯାଉଛି। ଦୁଇଟି ଚଢାଉରେ ମୋଟ ୪୫ କୋଟି ୨୨ଲକ୍ଷ ଟଙ୍କାର ଜବତ ହୋଇସାରିଲାଣି।

ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ମାମଲାରେ ଇଡି ଚଢା଼ଉ ଜାରି ରହିଛି। ଉଭୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ଅର୍ପିତା ଗିରଫ ହୋଇ ୩ ତାରିଖ ଯାଏ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

Leave A Reply

Your email address will not be published.