ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ତାଗିଦ୍ କଲେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଙ୍କି ପକ୍ସକୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ପରେ ଏହାକୁ ନେଇ ଭାରତ ତନାଘନା ଆରମ୍ଭ କରିଦେଇଛି। ଗୋଟିଏ ପଟେ କେନ୍ଦ୍ର ସରକାର ଏଥିପାଇଁ ଟିକା ପ୍ରସ୍ତୁତି ଲାଗି ଟେଣ୍ଡର ଆହ୍ବାନ କରିଥିବା ବେଳେ ଅନ୍ୟପଟରେ ଏହାର ମୁକାବିଲା ଲାଗି ବିଭିନ୍ନ ରାଜ୍ୟ ସରକାରଙ୍କୁ ତାଗିଦ୍ କରିଛନ୍ତି। କେବଳ ସେତିକି ନୁହେଁ, ମଙ୍କିପକ୍ସ ରୋଗୀଙ୍କ ପାଇଁ ମଧ୍ୟ ନିର୍ଦେଶାବଳୀ ଜାରି କରାଯାଇଛି।

କେନ୍ଦ୍ର ସରକାର କହିଛନ୍ତି ଯେ ଯେଉଁମାନଙ୍କ ଠାରେ ମଙ୍କିପକ୍ସ ଚିହ୍ନଟ ହେଉଛି ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବାକୁ ହେବ। ସେମାନଙ୍କ ଶରୀରରେ ଘାଆ ଶୁଖିବା ପରେ ଯାଇ ସେମାନେ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିପାରିବେ। ସେମାନଙ୍କୁ ତିନି ଥାକିଆ ମାସ୍କ ପିନ୍ଧିବାକୁ ପଡ଼ିବ ଏବଂ ଯେଉଁ ସବୁ ସ୍ଥାନରେ ଘାଆ ଓ ବଥ ଭଳି ବାହାରିଥିବ, ତାହାକୁ ଘୋଡ଼ାଇ ରଖିବାକୁ ହେବ।

ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ୨୧ ଦିନ ସଂଙ୍ଗରୋଧରେ ରହିବାକୁ ହେବ। ସେମାନଙ୍କ ଯତ୍ନ ନେଉଥିବା ବ୍ୟକ୍ତି କୋଭିଡ୍ ରୋଗୀଙ୍କ ଚିକିତ୍ସା କରିବା ଭଳି ଯେଭଳି ପିପିଇ କିଟ୍ ପିନ୍ଧୁଥିଲେ, ସେଭଳି ପରିଧାନ କରିବେ। ଏପରିକି ଏଭଳି ଲକ୍ଷଣ ଥିବା ରୋଗୀଙ୍କ ଠାରୁ ବ୍ଲଡ, ଟିସୁ ଆଦି ଦାନ ଉପରେ ନିଷେଧାଜ୍ଞା ଜାରି କରାଯାଇଛି। ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବାରମ୍ବାର ହାତ ଧୋଇବେ ଓ ସାନିଟାଇଜର ବ୍ୟବହାର କରିବେ ବୋଲି କେନ୍ଦ୍ର ସରକାର ତାଗିଦ୍ କରିଛନ୍ତି।

ଦେଶରେ ଏଯାଏ ୪ଜଣ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଥିଲେ ହେଁ ପୂରା ବିଶ୍ବରେ ଏଭଳି ୧୬ ହଜାର ରୋଗୀ ସାମ୍ନାକୁ ଆସିଲେଣି। ବୁଧବାର ନୂଆଦିଲ୍ଲୀରେ ଅନ୍ୟ ଜଣେ ସନ୍ଦିଗ୍ଧ ରୋଗୀ ଗୋଟିଏ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Leave A Reply

Your email address will not be published.