ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ତାଗିଦ୍ କଲେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଙ୍କି ପକ୍ସକୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ପରେ ଏହାକୁ ନେଇ ଭାରତ ତନାଘନା ଆରମ୍ଭ କରିଦେଇଛି। ଗୋଟିଏ ପଟେ କେନ୍ଦ୍ର ସରକାର ଏଥିପାଇଁ ଟିକା ପ୍ରସ୍ତୁତି ଲାଗି ଟେଣ୍ଡର ଆହ୍ବାନ କରିଥିବା ବେଳେ ଅନ୍ୟପଟରେ ଏହାର ମୁକାବିଲା ଲାଗି ବିଭିନ୍ନ ରାଜ୍ୟ ସରକାରଙ୍କୁ ତାଗିଦ୍ କରିଛନ୍ତି। କେବଳ ସେତିକି ନୁହେଁ, ମଙ୍କିପକ୍ସ ରୋଗୀଙ୍କ ପାଇଁ ମଧ୍ୟ ନିର୍ଦେଶାବଳୀ ଜାରି କରାଯାଇଛି।

କେନ୍ଦ୍ର ସରକାର କହିଛନ୍ତି ଯେ ଯେଉଁମାନଙ୍କ ଠାରେ ମଙ୍କିପକ୍ସ ଚିହ୍ନଟ ହେଉଛି ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବାକୁ ହେବ। ସେମାନଙ୍କ ଶରୀରରେ ଘାଆ ଶୁଖିବା ପରେ ଯାଇ ସେମାନେ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିପାରିବେ। ସେମାନଙ୍କୁ ତିନି ଥାକିଆ ମାସ୍କ ପିନ୍ଧିବାକୁ ପଡ଼ିବ ଏବଂ ଯେଉଁ ସବୁ ସ୍ଥାନରେ ଘାଆ ଓ ବଥ ଭଳି ବାହାରିଥିବ, ତାହାକୁ ଘୋଡ଼ାଇ ରଖିବାକୁ ହେବ।

ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ୨୧ ଦିନ ସଂଙ୍ଗରୋଧରେ ରହିବାକୁ ହେବ। ସେମାନଙ୍କ ଯତ୍ନ ନେଉଥିବା ବ୍ୟକ୍ତି କୋଭିଡ୍ ରୋଗୀଙ୍କ ଚିକିତ୍ସା କରିବା ଭଳି ଯେଭଳି ପିପିଇ କିଟ୍ ପିନ୍ଧୁଥିଲେ, ସେଭଳି ପରିଧାନ କରିବେ। ଏପରିକି ଏଭଳି ଲକ୍ଷଣ ଥିବା ରୋଗୀଙ୍କ ଠାରୁ ବ୍ଲଡ, ଟିସୁ ଆଦି ଦାନ ଉପରେ ନିଷେଧାଜ୍ଞା ଜାରି କରାଯାଇଛି। ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବାରମ୍ବାର ହାତ ଧୋଇବେ ଓ ସାନିଟାଇଜର ବ୍ୟବହାର କରିବେ ବୋଲି କେନ୍ଦ୍ର ସରକାର ତାଗିଦ୍ କରିଛନ୍ତି।

ଦେଶରେ ଏଯାଏ ୪ଜଣ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଥିଲେ ହେଁ ପୂରା ବିଶ୍ବରେ ଏଭଳି ୧୬ ହଜାର ରୋଗୀ ସାମ୍ନାକୁ ଆସିଲେଣି। ବୁଧବାର ନୂଆଦିଲ୍ଲୀରେ ଅନ୍ୟ ଜଣେ ସନ୍ଦିଗ୍ଧ ରୋଗୀ ଗୋଟିଏ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Leave A Reply

Your email address will not be published.