ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଶ୍ରୀଅଲାରନଥଙ୍କ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

0
  • ୫-ଟି ସଚିବଙ୍କ ଶ୍ରୀଅଲାରନାଥ ମନ୍ଦିର ପରିଦର୍ଶନ
  • ୧୫ ଦିନ ମଧ୍ୟରେ ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ (୫-ଟି) ଶ୍ରୀ ଭି.କେ ପାଣ୍ଡିଆନ୍ ଆଜି ପୁରୀଠାରୁ ପ୍ରାୟ 20 କିଲୋମିଟର ଦୂରରେ ଥିବା ବ୍ରହ୍ମଗିରିର ପ୍ରସିଦ୍ଧ ପ୍ରଭୁ ଶ୍ରୀଅଲାରନାଥଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି।

ଶ୍ରୀ ପାଣ୍ଡିଆନ୍‌ ମହାପଭୁଙ୍କୁ ଦର୍ଶନ କରିବା ସହ ମନ୍ଦିରର ଉନ୍ନତି ପାଇଁ ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ମନ୍ଦିରର ଉନ୍ନତି ଓ ଏହାର ଭିତ୍ତିଭୂମିର ବିକାଶ ପାଇଁ ଆଲୋଚନା କରିଛନ୍ତି। ସେବାୟତମାନଙ୍କ ସହିତ ଆଲୋଚନା କରିବା ପରେ ଆସନ୍ତା ୧୫ ଦିନ ମଧ୍ୟରେ ଏକ କମିଟି ଗଠନ କରି ମନ୍ଦିରର ସମସ୍ତ ସମସ୍ୟା ଓ ଉନ୍ନତି ପାଇଁ ଏକ ରିପୋର୍ଟ ପ୍ରସ୍ତୁତ  କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ୫ଟି ସଚିବଙ୍କ ଗସ୍ତ କାଳ‌ରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ପୂର୍ତ୍ତ ବିଭାଗ ଏବଂ ଓବିସିିସିର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ: ପ୍ରଭୁ ଶ୍ରୀଅଲାରନାଥ ଏକ ପ୍ରସିଦ୍ଧ ଧର୍ମପୀଠ। ସ୍ନାନଯାତ୍ରା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏଠାରେ ୧୫ଦିନ ପୂଜାର୍ଚ୍ଚନା କରାଯାଇଥାଏ। କେବଳ ସେତିକି ନୁହେଁ ଶ୍ରୀଚୈତନ୍ୟ ଓ ରାମାନୁଜଚାର୍ଯ୍ୟାଙ୍କ ପାଇଁ ମଧ୍ୟ ଅତୀତରେ ଏହି ସ୍ଥାନଟି ସୁଖ୍ୟାତି ଅର୍ଜନ କରିଥିଲା। ଅଲାରନାଥଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକମାନେ ମଧ୍ୟ ବୁଲିବାକୁ ଆସିଥାନ୍ତି।

Leave A Reply

Your email address will not be published.