ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଜଳବାୟୁ ସୁରକ୍ଷା ପାଇଁ ଅଣ୍ଟାଭିଡ଼ିଲେ ପିଆର୍‌ ସଂସ୍ଥା

0

ଭୁବନେଶ୍ୱର: ଅଗ୍ରଣୀ ଲୋକସମ୍ପର୍କ ସଂସ୍ଥା ସାଇ ପିଆର୍ ଦ୍ୱାରା ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଭିଏସଏସ୍ ନଗର- ୱାର୍ଡ ନଂ ୧୧ ରେ ୬୦ଟି ଚାରା ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ, ମେୟର୍ ସୁଲୋଚନା ଦାସ, କର୍ପୋରେଟର ପ୍ରଭାସିନୀ ମହାନ୍ତି, ଆଇଏମ୍‌ଏମ୍‌ଟିର ପିଆର୍ ଏବଂ ପ୍ରୋଟୋକଲ ଅଧିକାରୀ ବିଭୁଦତ ପ୍ରଧାନ, ପୂର୍ବତନ- ସେନା ଅଧିକାରୀ ପ୍ରଭାତ କୁମାର ସାମନ୍ତରାୟ ଆଦି ଉପସ୍ଥିତ ଥିଲେ। ସାଇ ପିଆର୍ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପକୁ ଅତିଥିମାନେ ଅତ୍ୟନ୍ତ ପ୍ରଶଂସା କରିବା ସହିତ ଏହିପରି ଉଦ୍ୟମକୁ ସମର୍ଥନର ପ୍ରତିଶୃତି ମଧ୍ୟ ଦେଇଛନ୍ତି।

ଏହି ପଦକ୍ଷେପ ସମ୍ବନ୍ଧରେ ସାଇ ପିଆର୍‌ର ପ୍ରତିଷ୍ଠାତା ଆଲୋକ ଦାସ କହିଛନ୍ତି, “ଏକ ସାମାଜିକ ଦାୟିତ୍ୱବୋଧ ସଂଗଠନଭାବେ ଜଙ୍ଗଲ ନଷ୍ଟ, ମୃତିକା କ୍ଷୟ, ଗ୍ଲୋବାଲ ୱାର୍ମିଂ ଆଦି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଏକ ଛୋଟ ପ୍ରୟାସ ଭାବେ ଆମେ ଆମ ମନ୍ଦିର ମାଳିନୀ ସହର ଭୁବନେଶ୍ୱରଠାରେ ବୃକ୍ଷରୋପଣ କରିବା ଆରମ୍ଭ କରିଛୁ ।”

ସାଇ ପିଆର୍‌ର ଓଡିଶା ମୁଖ୍ୟ ସରିତା ରାଉତ କହିଛନ୍ତି ଯେ ପରିବେଶର ସୌନ୍ଦର୍ଯ୍ୟ ଏବଂ ସନ୍ତୁଳନ ମାଧ୍ୟମରେ ଆମର ଆଗାମୀ ପିଢି ପାଇଁ ଆମେ ଏହି ପୃଥିବୀକୁ ଏକ ସ୍ଥାୟୀ ଏବଂ ଉନ୍ନତ ସ୍ଥାନରେ ପରିବର୍ତନ କରିବାକୁ ଚେଷ୍ଟା କରୁଛୁ । ଆମେ ଆଶା କରୁ ଯେ ଆମ ସ୍ମାର୍ଟ ସିଟି ଭୁବନେଶ୍ୱର ସ୍ମାର୍ଟ ହେବା ସହିତ ସବୁଜମୟ ମଧ୍ୟ ହେଉ । ଏହା ମାତ୍ର କେବଳ ଗୋଟେ ଆରମ୍ଭ, ଆଗକୁ ଭୁବନେଶ୍ୱରରେ ବିଏମ୍‌ସି ଦ୍ୱାରା ଚୟନ କରାଯାଇଥିବା ସ୍ଥାନମାନଙ୍କରେ ଆମେ ଆମ ଅଭିଯାନକୁ ପର୍ଯ୍ୟାୟକ୍ରମେ ତ୍ୱରାନ୍ୱିତ କରିବୁ। ସାଇ ପିଆର୍‌ର ଅନ୍ୟ ସଦସ୍ୟ ଯଥା – ଦୀପକ୍ ଦାସ, ଆଦିତ୍ୟ ନାରାୟଣ ସାମନ୍ତରାୟ, ସସ୍ମିତା ବାରିକ୍‌, ପୁଜା ଦେବଜାନୀ ମିଶ୍ର, ସାରଥୀ କୁମାରି ବାରିକ, ବାବୁଲା ନାୟକ ଆଦି ଉପସ୍ଥିତ ରହି ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଆୟୋଜିତ କରିଥିଲେ ।

Leave A Reply

Your email address will not be published.